ଦାୟିତ୍ଵ ଗ୍ରହଣ କରିବା ପରେ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟ ମନ୍ତ୍ରୀମଣ୍ଡଳର କିଛି ମନ୍ତ୍ରୀ

ପୁରୀ, (ନାଗରାଜ ନ୍ୟୁଜ): ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ରାଜ୍ୟ ମନ୍ତ୍ରୀ ମଣ୍ଡଳର କ୍ୟାବିନେଟ ମନ୍ତ୍ରୀ ଟୁକୁନି ସାହୁ, ପ୍ରମିଳା ମଲ୍ଲିକ, ପ୍ରଦୀପ ଅମାତ, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ମଲ୍ଲିକ ଓ ରାଷ୍ଟ୍ର ମନ୍ତ୍ରୀ ଶ୍ରୀକାନ୍ତ ସାହୁ। ଏମାନଙ୍କ ସହ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମଧ୍ୟ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁ ଆମ ଆରାଧ୍ୟ ଦେବତା। ତାଙ୍କ ବିନା କିଛି ହୋଇପାରିବ ନାହିଁ। ମନ୍ତ୍ରୀ ଭାବେ ନୂତନ ଦାୟିତ୍ୱ ନେବା ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିବି। ଆଗକୁ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଥିବାରୁ ଏହାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ରାଜ୍ୟ ସରକାର ସବୁ ପଦକ୍ଷେପ ନେଇଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ‌। ସେହିପରି ଭକ୍ତଙ୍କ ପାଇଁ ଚାଲିଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ପ୍ରଶଂସା କରି ଏହା ଶୀଘ୍ର ଶେଷ ହେଲେ ଭକ୍ତଙ୍କ ସୁବିଧାରେ ଆସିପାରିବ ବୋଲି ଦର୍ଶନ ପରେ ପ୍ରତିକ୍ରିୟା ଦେଇ କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏହା କହିଛନ୍ତି। ବରିଷ୍ଠ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଦର୍ଶନ ପରେ ସେ ବେଶ୍ ଆନନ୍ଦିତ। ପବିତ୍ର ଶୀତଳଷଷ୍ଠୀ ଅବସରରେ ସମସ୍ତ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବି ବୋଲି କହିଛନ୍ତି। ରାଜ୍ୟ ସରକାର ଉଭୟ ଯୁବ ଓ ଅଭିଜ୍ଞ ବ୍ୟକ୍ତିଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରୁ ସେ ମନ୍ତ୍ରୀ ହୋଇଥିବାରୁ ବେଶ ଖୁସି। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରାଜ୍ୟରେ ଶ୍ରମ ବିଭାଗକୁ ସେ କ୍ରୀୟାଶୀଳ କରିବେ ବୋଲି ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଛନ୍ତି। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ପୂର୍ବ ପରି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ରଥଯାତ୍ରା ପାଇଁ ମୋ ବିଭାଗର ଯାହା କାର୍ଯ୍ୟ ରହିଛି ତାହା କରାଯିବ। ରାଜ୍ୟରେ ପ୍ରତିଟି କାର୍ଯ୍ୟ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କରାଯାଏ ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ କହିଛନ୍ତି।

Leave a Reply

Your email address will not be published.