ଭୁବନେଶ୍ୱର: କରୋନା ଦ୍ୱିତୀୟ ଲହରୀ ଭୟାବହତାକୁ ଆଖି ଆଗରେ ରଖି ଭୁବନେଶ୍ୱର ସମେତ ରାଜ୍ୟର ପ୍ରାୟ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ନିୟମ କୋହଳ ହେବା ପରେ ଅନ୍ୟ ଜିଲ୍ଲାରେ ପର୍ଯ୍ୟାୟକ୍ରମେ ମନ୍ଦିର ଖୋଲିଥିଲା ।ଆଜିଠୁ କୋଭିଡ କଟକଣା ଭିତରେ ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ଖୋଲିଲା । ମହାମାରୀ ଯୋଗୁଁ ରାଜଧାନୀରେ ପ୍ରାୟ ୩ ମାସ ଧରି ସବୁ ମନ୍ଦିର ଏବଂ ଅନ୍ୟ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା । ଭୁବନେଶ୍ୱରେ ସଂକ୍ରମଣ ହାର ଉପରମୁହାଁ ଥିବା ଯୋଗୁଁ ମନ୍ଦିର ଖୋଲିବାରେ ବିଳମ୍ବ ହୋଇଥିଲା। ତେବେ ସଂକ୍ରମଣ ସ୍ଥିର ରହିବା ପରେ ଆସନ୍ତାକାଲିଠୁ ମନ୍ଦିର, ମସ୍ଜିଦ, ଚର୍ଚ୍ଚ, ଗୁରୁଦ୍ୱାର ସହ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପାଇଁ ନିଷ୍ପତ୍ତି ନେଇଛି ବିଏମ୍ସି ।
ଆସନ୍ତାକାଲି ମନ୍ଦିର ଖୋଲୁଥିବା ବେଳେ ନିୟମକୁ କଡାକଡି କରାଯାଇଛି । ମନ୍ଦିରରେ ଏକାଥରେ ୨୫ ଜଣ ଭକ୍ତଙ୍କୁ ପ୍ରବେଶ ପାଇଁ ନିୟମ ଜାରି କରିଛି ବିଏମ୍ସି । ପୂର୍ବନିର୍ଦ୍ଧାରିତ ନିୟମ ଅନୁସାରେ କେବଳ ଡବଲ ଡୋଜ୍ ଟିକା ନେଇଥିବା ଭକ୍ତଙ୍କୁ ହିଁ ଧର୍ମାନୁଷ୍ଠାନକୁ ପ୍ରବେଶ କରୁଛନ୍ତି। ଏହା ସହ ନିୟମକୁ କଡାକଡି କରାଯିବା ନେଇ ସୂଚନା ଦେଇଛି ବିଏମ୍ସି । ସେପଟେ ସେପ୍ଟେମ୍ବର ମାସ ପହିଲାରୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ଖୋଲିବ ।
ସେପଟେ ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ମାସ ୧ ତାରିଖରେ ମନ୍ଦିର ଖୋଲିବ । ମନ୍ଦିର ଖୋଲିବା ପରେ ଗାଇଡ୍ ଲାଇନ୍ ଅନୁସାରେ ଭକ୍ତ ଦର୍ଶନ କରି ପାରିବେ ବୋଲି ବିଏମ୍ସି ସୂଚନା ଦେଇଛି । ସେହିପରି ୬ ଫୁଟ ଦୂରତା ସହ ଆରଟିପିଆର ଟେଷ୍ଟ ରିର୍ପୋଟ ଏବଂ ଡବଲ ଡୋଜ ଟିକା ନେଇଥିବା ଭକ୍ତଙ୍କୁ ମନ୍ଦିରକୁ ପ୍ରବେଶ ପାଇଁ ଅନୁମତି ମିଳିବ । ସେହିପରି ବରିଷ୍ଠ ନାଗରିକ, ଛୋଟ ଶିିଶୁ, ଗର୍ଭବତୀ ମହିଳାଙ୍କୁ ମନ୍ଦିରକୁ ନ ଆଶିବାକୁ ପରାମର୍ଶ ଦେଇଛି ବିଏମ୍ସି । ସେପଟେ ସବୁ ଧର୍ମନୁଷ୍ଠାନ ପ୍ରବେଶ ପଥରେ ସାନିଟାଇଜ୍ର ରଖିବା ପାଇଁ ବିଏମ୍ସି ନିର୍ଦ୍ଦେଶ ଦେଇଛି । ସେହିପରି ବିଏମ୍ସି ପକ୍ଷରୁ ନିୟମ କଡାକଡି କରାଯିବ । ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦେଇଛି ବିଏମ୍ସି ।