ଟ୍ରକ ୱାଇ ଫର୍ମରେ ଆନ୍ଧ୍ରକୁ ହାଁ ଓଡ଼ିଶାକୁ ନା

ବାରଙ୍ଗ: କଟକ ଓ ଭୁବନେଶ୍ବର ମଧ୍ୟବର୍ତ୍ତି ବାରଙ୍ଗରେ  ଟ୍ରକ ଯୋଗ‌େ ଲଘୁ ଖଣିଜ ଦ୍ରବ୍ୟ ବରିବହନ ୱାଇ ଫର୍ମ ବା ଟ୍ରାଞ୍ଜିଟ୍ ପାସ୍ ପ୍ରଦାନରେ ଆନ୍ଧ୍ରକୁ ହାଁ ଓଡ଼ିଶକୁ ନାଁ। ବାରଙ୍ଗ ଟ୍ରକ ମାଲିକ ସଂଘର ସଭାପତି ବିଜୟ କୁମାର ପଣ୍ଡାଙ୍କ ସ‌ମେତ କର୍ମକର୍ତ୍ତାମାନେ ଅଭିଯେଗା କରିଛନ୍ତି।।  ସେମାନେ ଆନ୍ଧ୍ରର ଏକ ୧୪ ଚକିଆ ଗାଡିକୁ ବାରଙ୍ଗରୁ ବାଲି ନେଇ ଯାଉଥିବା ବେଳେ ଧରିବା ଥିଲେ।  ପରେ ବାରଙ୍ଗ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କ ଜିମା ଦେଇଥିଲେ। ତହସିଲଦାର ଟ୍ରକଟିର ୱାଇ ଫର୍ମଯାଞ୍ଚ କରି ଛାଡି ଦେଇଛନ୍ତି। ସ୍ଥାନୀୟ ଗାଡି ଗୁଡିକୁ ବାଲି ଘାଟରେ ୱାଇ ଫର୍ମ ଦିଆ ଯାଉ ନଥିବା ସ୍ଥଳେ ଆନ୍ଧ୍ରାର ବିଶାଖାପାଟନମ ଯାଇଥିବା ଗାଡିକୁ କିଭଳି ପ୍ରଦାନ କରାଯାଉଛି।  ୱାଇ ଫର୍ମ ବା ଟ୍ରାଞ୍ଜିଟ୍ ପାସ ଯାଞ୍ଚ ଆଳରେ ପ୍ରଶାସନର ଜୋରିମନା ଜୁଲମରେ ଅତିଷ୍ଠ ହୋଇ ସୋମବାର ଠାରୁ କଟକ-ସିଡିଏ,ବାରଙ୍ଗ,ବାଙ୍କୀ,ପ୍ରତାପ ନଗରୀ,ଖୋର୍ଦ୍ଧା,ଉତ୍ତରା,ବାଳକାଟି,ତୋଟାପଡା ୮ଟି ଟ୍ରକ ମାଲିକ ସଂଘ ସେମାନଙ୍କର ଗାଡିରେ ଲଘୁ ଖଣିଜ ଦ୍ରବ୍ୟ ପରିବହନ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଛନ୍ତି। ଲଘୁ ଖଣିଜ ଦ୍ରବ୍ୟ ପରିବହନ ଆଇନ୍ ରେ ପରିବର୍ତ୍ତନ ଆଣି ସ୍ବଚ୍ଛତା ଆଣିବା ଲାଗି ସରାକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। । ସେମାନଙ୍କ ପ୍ରସ୍ତାବକୁ ସରକାର ଗ୍ରହଣ ନ କରିବା ପର୍ଯ୍ୟନ୍ତ ଅବ୍ୟ‌ାହତ ରଖିବା ନିଷ୍ପତିରେ ଅଛନ୍ତି।

Leave a Reply

Your email address will not be published.