ନନ୍ଦନକାନନ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡି ହୋଇଛି। ରବି ବାର କରାଯାଇଥିବା ପକ୍ଷୀ ଗଣନାରେ ନନ୍ଦନକାନନକୁ ଓଡ଼ିଶାର ଦ୍ବିତୀୟ ସ୍ଥାନ ମିଳଛି । ସଦ୍ୟସମାପ୍ତ ପକ୍ଷୀ ଗଣନାରେ ପ୍ରଥମ ସ୍ଥାନରେ ଚିଲିକା ରହିଥିବା ସୂଚନା ମିଳିଛି।
ରବି ବାର କରାଯାଇଥିବା ପକ୍ଷୀ ଗଣନାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରର ୨୪୭ଟି ଗଛରେ ୩୧୬୮ଟି ବସା ବାନ୍ଧି ଛୁଆ ଓ ବଡ ମିଶି ମୋଟ ୧୨୬୭୩ ପକ୍ଷୀ ରହିଛନ୍ତି । ଏକଥା ନନ୍ଦନକାନନ ଉପ ନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ନନ୍ଦନକାନନ ଏସି.ଏଫ୍ ଅମୂଲ୍ୟ ପରିଡାଙ୍କ ତତ୍ତ୍ବାବଧାନରେ ପକ୍ଷୀ ଗଣନାରେ ୬ ଜଣିଆ ଦଳ ସାମିଲିଥିଲେ ବୋଲି ଜଣାପଡିଛି।