ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଦେଶର ୧୫ତମ ରାଷ୍ଟ୍ରପତି ହେଲେ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ପ୍ରତିପକ୍ଷ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ପରାସ୍ତ କରି ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି । ୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ଜିତିଲେ ଦ୍ରୌପଦୀ ଦ୍ରୌପଦୀଙ୍କ ଭୋଟ ମୂଲ୍ୟ ୫, ୭୭, ୭୭୭ ।  ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ବହୁ ପଛରେ ପକାଇ ଇତିହାସ ରଚିଛନ୍ତି ଦ୍ରୌପଦୀ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି । ରାଇରଂଗପୁରର ଉପବେଢ଼ାଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳିଛି ଉତ୍ସବର ମାହୋଲ । ରାଇରଙ୍ଗପୁରରେ ଏକାଠି ହୋଇଛନ୍ତି ହଜାର ହଜାର ଲୋକ । ଲାଗୁଛି ଯେମିତି ଏକାଥରକେ ଆସିଛି ହୋଲି ଓ ଦୀପାବଳୀ । ଆଉ ଭୁବନେଶ୍ୱରରେ ନାଚିଛନ୍ତି ଉଭୟ ବିଜେଡି, ବିଜେପି । ଦିଲ୍ଲୀରେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଉତ୍ସବ ପାଳନ ହେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published.