ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନଙ୍କ ନୂଆ ମତ

ଭୁବନେଶ୍ୱର, (ନାଗରାଜ ନ୍ଯୁଜ): ତୃତୀୟ ଲହରକୁ ନେଇ ବିଶେଷଜ୍ଞ ମାନେ ଏକ ଭିନ୍ନ ମତ ରଖିଛନ୍ତି । ଯଦି କରୋନାର ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହେବା ପରେ ଯାଇ ତୃତୀୟ ଲହର ଆସିବା ନେଇ କହିହେବ । ଡାକ୍ତର ନିରୋଜ ମିଶ୍ର କହିଛନ୍ତି, ଯଦି ଡେଲଟା ଭାରିଏଣ୍ଟଠୁ ଅଧିକ ଭୟଙ୍କର ନୂଆ ଷ୍ଟ୍ରେନ୍‌ ନଆସିବ ତେବେ ତୃତୀୟ ଲହରିର ସମ୍ଭାବନା କମ୍‌ ।

କିଛିଦିନ ତଳେ ଚୀନରେ ଡେଲଟା ଭାରିଏଣ୍ଟ ଯୋଗୁ ସଂକ୍ରମଣ ବଢୁଥିଲା । ଆକ୍ରାନ୍ତର ୫୦% ଥିଲା ଡେଲଟା ଷ୍ଟ୍ରେନ୍‌ । ତେବେ ମାସକ ମଧ୍ୟରେ ଏହାକୁ ନିୟନ୍ତ୍ରଣ କରାଯାଇପାରିଛି । ଏମିତି ମୃତ୍ୟୁ ସଂଖ୍ୟା ସେଠି ନାହିଁ । ଯେଉଁ ଅଞ୍ଚଳରେ ଆକ୍ରାନ୍ତ ଚିହ୍ନଟ ହେଲା, ସେ ଅଞ୍ଚଳରେ ସମସ୍ତ ଲୋକଙ୍କ ଘରକୁ ଯାଇ ବାରମ୍ବାର ପରୀକ୍ଷା କରାଗଲା । ମାସକ ମଧ୍ୟରେ ସଂକ୍ରମଣକୁ ରୋକିପାରିଲା ଚୀନ୍‌ । ଏହାବାଦ୍‌ କରୋନା କଟକଣାକୁ ମଧ୍ୟ ସେଠି କଡ଼ାକଡ଼ି ଭାବେ ପାଳନ କରାଗଲା ।

ବରିଷ୍ଠ ବୈଜ୍ଞାନିକ ତଥା ଆଇଆଇଟି କାନପୁରର ପ୍ରଫେସର ମନିନ୍ଦ୍ରା ଅଗ୍ରୱାଲ ତୃତୀୟ ଲହରି ଏବେ ଆସିବାର ସମ୍ଭାବନା କମ୍‌ ବୋଲି କହିଛନ୍ତି । ତାଙ୍କର ଆକଳନ ହେଉଛି ଟିକାକରଣ ତୃତୀୟ ଲହରି ଆଶଙ୍କାକୁ କମାଇ ଦେଇଛି । ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ ଏବେ ସଂକ୍ରମଣମୁକ୍ତ ଆଡକୁ ଗଲାଣି ।ଯଦି ଆସିଲେ, ମଧ୍ୟ ବିଜ୍ଞାନ ଅନୁସାରେ ଏହା ସେତେଟା କ୍ଷତିକାରକ ହେବନି । ଯେହେତୁ ଏବେ ଲୋକଙ୍କ ଦେହରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି । ସେରୋଲୋଜିକାଲ ସର୍ଭେରୁ ଏହା ସ୍ପଷ୍ଟ ହୋଇ ସାରିଛି । ଆମେରିକାରେ ଏବେ ସଂକ୍ରମଣ ବଢିଛି । ତେବେ ଶିଶୁଙ୍କ ପଜିଟିଭ୍‌ ହାର ୧୫% ମଧ୍ୟରେ ରହୁଛି । ଓଡ଼ିଶାରେ ମଧ୍ୟ ଏବେ ଶିଶୁଙ୍କ ଦୈନିକ ସଂକ୍ରମଣ ୧୨ରୁ ୧୫% ମଧ୍ୟରେ ରହିଛି । ତେଣୁ ତୃତୀୟ ଲହରିରେ ବହୁତ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି କହି ହେବନି । ଭାରତରେ ୧୦୦ ଆକ୍ରାନ୍ତରେ ୨୩ ଜଣଙ୍କୁ ହସ୍ପିଟାଲ ଆବଶ୍ୟକ ଦରକାର ପଡିପାରେ ବୋଲି କୁହାଯାଉଛି । ଆମେରିକାରେ ଶିଶୁଙ୍କ ହସ୍ପିଟାଲାଇଜେସନ୍‌ ଓ ମୃତ୍ୟୁସଂଖ୍ୟା ବହୁତ ନଗଣ୍ୟ । ମାତ୍ର .୪% ଶିଶୁଙ୍କ ମୃତ୍ୟୁ ହେଉଛି ।

ଯଦି ଆସିଲେ, ମଧ୍ୟ ବିଜ୍ଞାନ ଅନୁସାରେ ଏହା ସେତେଟା କ୍ଷତିକାରକ ହେବନି । ଯେହେତୁ ଏବେ ଲୋକଙ୍କ ଦେହରେ ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି । ସେରୋଲୋଜିକାଲ ସର୍ଭେରୁ ଏହା ସ୍ପଷ୍ଟ ହୋଇ ସାରିଛି । ଆମେରିକାରେ ଏବେ ସଂକ୍ରମଣ ବଢିଛି । ତେବେ ଶିଶୁଙ୍କ ପଜିଟିଭ୍‌ ହାର ୧୫% ମଧ୍ୟରେ ରହୁଛି । ଓଡ଼ିଶାରେ ମଧ୍ୟ ଏବେ ଶିଶୁଙ୍କ ଦୈନିକ ସଂକ୍ରମଣ ୧୨ରୁ ୧୫% ମଧ୍ୟରେ ରହିଛି । ତେଣୁ ତୃତୀୟ ଲହରିରେ ବହୁତ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି କହି ହେବନି । ଭାରତରେ ୧୦୦ ଆକ୍ରାନ୍ତରେ ୨୩ ଜଣଙ୍କୁ ହସ୍ପିଟାଲ ଆବଶ୍ୟକ ଦରକାର ପଡିପାରେ ବୋଲି କୁହାଯାଉଛି । ଆମେରିକାରେ ଶିଶୁଙ୍କ ହସ୍ପିଟାଲାଇଜେସନ୍‌ ଓ ମୃତ୍ୟୁସଂଖ୍ୟା ବହୁତ ନଗଣ୍ୟ । ମାତ୍ର .୪% ଶିଶୁଙ୍କ ମୃତ୍ୟୁ ହେଉଛି ।

Leave a Reply

Your email address will not be published.