ସ୍ବାଭାବିକ ବର୍ଷା ନହେବା କାରଣରୁ ଚିନ୍ତାରେ ଚାଷୀ

ଭୂବନେଶ୍ବର: ଜୁନ ପହିଲାରୁ ଜୁଲାଇ ୧୩ ପର୍ଯ୍ୟନ୍ତ ରାଜ୍ୟରେ ୨୭୩ ମି.ମି ବର୍ଷା ହୋଇଛି । ଏହା ସ୍ୱାଭାବିକ ବର୍ଷାଠାରୁ ୨୧ ପ୍ରତିଷତ ବର୍ଷା କମ୍ ହୋଇଛି । ଏହି କାରଣରୁ ଚାଷ କାମରେ ବାଧା ସୃଷ୍ଟି ହୋଇପାରେ । ଯାହାକୁ ନେଇ ଚିନ୍ତାରେ ଏବେ ଚାଷୀ । ରାଜ୍ୟରେ ଏଯାଏଁ ଜାରି ରହିଛି ନିଅଣ୍ଟିଆ ବର୍ଷା । ସଠିକ ସମୟରେ ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ହୋଇ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ।

ତେବେ ସବୁଠୁ ଅଧିକା ନିଅଣ୍ଟିଆ ବର୍ଷା ହୋଇଥିବା ଜିଲ୍ଲା ଭଦ୍ରକ ଯାହା ୧୩୧.୧ମି.ମି ଆକଳନ କରାଯାଇଛି । ତେବେ ପାଖାପଖୀ ୧୭ ଜିଲ୍ଲାରେ କମ୍ ବର୍ଷା ହୋଇଥିବା ବେଳେ ୨୦% ରୁ ୫୯% କମ୍ ବର୍ଷା ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଦେବଗଡ଼, ସମ୍ବଲପୁର, ସୋନପୁର , ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ନବରଙ୍ଗପୁର । 

ଏହାବାଦ ଯାଜପୁର, କେନ୍ଦୁଝର, ଗଞ୍ଜାମ ଓ ଭଦ୍ରକରେ ଚାରି ଜିଲ୍ଲାରେ ଆସନ୍ତା ୧୫ଦିନ ମଧ୍ୟରେ ଭଲ ବର୍ଷା ନହେଲେ ଚାଷ କାର୍ଯ୍ୟ ଗୁରୁତର ପ୍ରଭାବିତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । 

Leave a Reply

Your email address will not be published.