ସରୁଛି ଜୁଲାଇ ମାସର କରୋନା ଗାଇଡଲାଇନ, ୩ଟା ୩୦ ହୋଇପାରେ ବଡ ଘୋଷଣା

ଭୂବନେଶ୍ବର: ଜୁଲାଇ ମାସର କରୋନା ଗାଇଡ଼ଲାଇନ୍ ସରୁଥିବା ବେଳେ ଅଗଷ୍ଟ ମାସର କରୋନା ରୂପରେଖା କଣ ରହିବ ଏନେଇ ବଡ ଘୋଷଣା ହୋଇପାରେ । ଆଜି ଅପରାହ୍ନ ୩ଟା ୩୦ରେ କରୋନା ସର୍ମ୍ପକୀତ ସୂଚନା ଦେବେ ଏସଆରସି ପ୍ରଦୀପ ଜେନା । ପୂର୍ବରୁ ଜାରୀ ହୋଇଥିବା କରୋନା କଟକଣା ଆଜି ସରିବାକୁ ଯାଉଥିବା ବେଳେ ଆଜି ବହୁତ କିଛି ତଥ୍ୟ ମିଳିବ ।

ସୃଚନା ଅନୁସାରେ ରାଜ୍ୟରେ ଆସନ୍ତାକାଲି ଠାରୁ କଣ ଖୋଲା ରହିବ ଓ କଣ ବନ୍ଦ ରହିବ ତାହା ଆଜି ୩ଟା ୩୦ରେ ଜଣାପଡ଼ିବା । ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଖୋର୍ଦ୍ଧା ଓ କଟକରେ ଏହାର ଗତି ଅଧିକ ରହିଛି । କିନ୍ତୁ ଅନ୍ୟପଟେ ଦେଖିବାକୁ ଗଲେ ଅନେକ ଜିଲ୍ଲା ଏବେ ରେଡ୍ ଜୋନରୁ ଖସି ଆସି ଗ୍ରୀନ୍ ଜୋନ୍‌ରେ ଅଛି ଯାହା ସାଧାରଣ ପକ୍ଷେ ଏକ ଭଲ ଖବର । ତେବେ ଏହି ଖୋର୍ଦ୍ଧା ଓ କଟକରେ ଭୁତାଣୁ ଅଧିକ ଥିବାରୁ ଅନଲକ୍ ନହୋଇ ପାରେ ବୋଲି ଗତକାଲି ଡ଼ିଏମଇଟି  ସିବକେ ମହାନ୍ତି ସୂଚନା ଦେଇଥିଲେ । 

Leave a Reply

Your email address will not be published.