କଡ଼ାକଡ଼ି ହେଲା କୋଭିଡ କଟକଣା, ସପିଂ ମଲ୍, ଦୋକାନରେ ଭିଡ ନକରିବାକୁ ବିଏମସି ପକ୍ଷରୁ କଡ଼ା ତାଗିଦ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ରାଜଧାନୀକୁ ଫେରିଲା କୋଭିଡ କଟକଣା । ସପିଂ ମଲ୍, ଦୋକାନରେ ଭିଡ ନକରିବାକୁ ବିଏମସି ପକ୍ଷରୁ କଡା ତାଗିଦ । ରାଜ୍ୟରେ ଏହି କିଛି ଦିନ ହେବ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ ମାମଲା । ଯାହାକୁ ନେଇ ବିଏମସି ପକ୍ଷରୁ କଟକଣାକୁ କଡ଼ାକଡ଼ି କରାଯାଇଛି । ସପିଂ ମଲ୍, ଦୋକାନରେ ଭିଡ଼ ନକରିବାକୁ କଡ଼ା ତାଗିଦ କରାଯାଇଛି । ଏଥିସହ ସାମାଜିକ ଦୂରତା, ମାସ୍କ ବ୍ୟବହାର ନିଶ୍ଚିତ କରିବେ ମଲ୍ କର୍ତ୍ତୃପକ୍ଷ । ମଲ୍ ଗୁଡିକର ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

ଦୋକାନୀ ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ ଦିଆଯାଇଛି । ରାସ୍ତା କଡ ଟିଫିନ୍ ଷ୍ଟଲ, ଚା’ ଦୋକାନ, ଗୁପଚୁପ, ଦହିବରା, ଲସି ଏବଂ ଜୁସ୍ ଷ୍ଟଲରେ ଗହଳି ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଛି । ସ୍ପା, ସେଲୁନରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି । ସିନେମା ହଲ, ଅଡିଟୋରିୟମ, ଥିଏଟରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆବଶ୍ୟକତାଠାରୁ ଅଧିକ ଗହଳି ନକରିବାକୁ ପରାମର୍ଶ । କୋଭିଡ୍ ନିୟମର ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published.