ଓଡିଶା ପୋଲିସରେ ଉଚ୍ଚ ଅଧିକାରୀମାନଙ୍କ ବଡ଼ଧରଣର ଅଦଳବଦଳ

ଭୂବନେଶ୍ବର: ଓଡ଼ିଶା ପୁଲିସରେ ଉଚ୍ଚ ଅଧିକାରୀମାନଙ୍କ ଏକ ବଡ଼ଧରଣର ଅଦଳବଦଳ ହୋଇଛି । ଡିଏସପି ଓ ଅତିରିକ୍ତ ଏସପି ପାହ୍ୟାର ଅଧିକାରୀମାନଙ୍କ ଅଦଳବଦଳ ହୋଇଛି । ଅତିରିକ୍ତ ଏସପି ତଥା ଭବାନୀପାଟଣା ସଦର ଏସଡିପିଓଙ୍କୁ ଅତିରିକ୍ତ ଏସପି ଗଞ୍ଜାମକୁ ବଦଳି କରାଯାଇଛି । ଏସିପି କମିସନରେଟ ପୁଲିସ ତରୁଣ କୁମାର ଦାସଙ୍କୁ ଅତିରିକ୍ତ ଡିସିପି କମିସନରେଟ ପୁଲିସ, ଡିଏସପି ଭିଜିଲାନ୍ସ ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କୁ ଅତିରିକ୍ତ ଏସପି ଭିଜିଲାନ୍ସ, ରାଉରକେଲା ଡିଆଇବିର ଅତିରିକ୍ତ ଏସପି ଲମ୍ବୋଦର ବୁଡ଼ାଙ୍କୁ ଅତିରିକ୍ତ ଏସପି ଝାରସୁଗୁଡା, ସୋନପୁରର ଅତିରିକ୍ତ ଏସପି ଉକ୍ରଳକେଶରୀ ଦାସଙ୍କୁ ଅତିରିକ୍ତ ଏସପି କୋରାପୁଟ ଭାବେ ବଦଳି କରାଯାଇଛି । ସେହିଭଳି ଅତିରିକ୍ତ ଏସପି ପାହ୍ୟାର ଯାଜପୁର ଡିଆଇବିର ଅତିରିକ୍ତ ଏସପି ପ୍ରଫୁଲ୍ଲ କୁମାର ମିଶ୍ରଙ୍କୁ ଅତିରିକ୍ତ ଏସପି ଭିଜିଲାନ୍ସ, କନ୍ଧମାଳର ଅତିରିକ୍ତ ଏସପି ହେମନ୍ତ କୁମାର ପାଢ଼ୀଙ୍କୁ ଅତିରିକ୍ତ ଏସପି ସୋନପୁର, ଅତିରିକ୍ତ ଏସପି ଦେବଦତ ସେଠଙ୍କୁ ଅତିରିକ୍ତ ଏସପି ଭିଜିଲାନ୍ସ, ଅତିରିକ୍ତ ଏସପି ବଳଭଦ୍ର ଦୀପଙ୍କୁ ମାଲାକାନଗିରିର ଅତିରିକ୍ତ ଏସପି, ଅତିରିକ୍ତ ଏସପି ବିମଳେନ୍ଦୁ ଶତପଥୀଙ୍କୁ ଓଏଚଆରସି ଭୁବନେଶ୍ୱରରୁ ଭିଜିଲାନ୍ସ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି ।

ଡିଏସପି ପ୍ରଶାନ୍ତ କୁମାର ମିଶ୍ରଙ୍କୁ ଏସଡିପିଓ ରେଢ଼ାଖୋଲ, ଡିଏସପି ହୃଷିକେଶ ମେହେରଙ୍କୁ ଏସଡିପିଓ କଂଟାବାଞ୍ଜି, ଏସଡିପିଓ ପଦ୍ମପୁର ପ୍ରଦୀପ କୁମାର ସାହୁଙ୍କୁ ଏସଡିପିଓ ସମ୍ବଲପୁର ସଦର, ଡିଏସପି ଅନିଲ କୁମାର ବେଉରିଆଙ୍କୁ ଏସଡିପିଓ ଆନନ୍ଦପୁର, ନୟାଗଡ଼ର ଡିଏସପି ସୁଦର୍ଶନ ଦାସଙ୍କୁ ଏସଡିପିଓ ବେତନଟୀ, ଖୋର୍ଦ୍ଧାର ଡିଏସପି କୃଷ୍ଣଚନ୍ଦ୍ର ପଲାଇଙ୍କୁ ଏସିପି କମିସନରେଟ, ଗଂଜାମର ଡିଏସପି ଶିବଶଙ୍କର ମହାପାତ୍ରଙ୍କୁ ଏସିପି କମିସନରେଟ ଭାବେ ବଦଳି କରାଯାଇଛି ।

ସେହିଭଳି ଡିଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ଭିଜିଲାନସ ଇନ୍ସପେକ୍ଟର ସୁରେନ୍ଦ୍ରନାଥ ରାୟଗୁରୁଙ୍କୁ ଡିଏସପି ଭିଜିଲାନସ, ଗଂଜାମର ଅଜୟ କୁମାର ମିଶ୍ରଙ୍କୁ ଡିଏସପି ଡିଆଇବି, ଗଂଜାମ, ଗୁଇନ୍ଦା ଇନ୍ସପେକ୍ଟର ବିଚିତ୍ରାନନ୍ଦ ସାମଲଙ୍କୁ ଏସିପି କମିସନରେଟ, କ୍ରାଇମବ୍ରାଂଚ ଇନ୍ସପେକ୍ଟର ମନୋଜ କୁମାର ସାମନ୍ତଙ୍କୁ କ୍ରାଇମବ୍ରାଂଚ ଡିଏସପି, ଢେଙ୍କାନାଳର ଇନ୍ସପେକ୍ଟର ରଂଜନ କୁମାର ଦେଙ୍କୁ ଏସଡିପିଓ କାମାକ୍ଷାନଗର, ଭଦ୍ରକର ଇନ୍ସପେକ୍ଟର ନବକୃଷ୍ଣ ନାୟକଙ୍କୁ ଏସିପି କମିସନରେଟ ପୁଲିସ, ରାୟଗଡ଼ାର ଜୟଶ୍ରୀ ପ୍ରଧାନଙ୍କୁ ଡିଏସପି କେନ୍ଦୁଝର, ସମ୍ବଲପୁର ଇନ୍ସପେକ୍ଟର ଚିନ୍ତାମଣି ପ୍ରଧାନଙ୍କୁ ଏସଡିପିଓ ଆଠମଲ୍ଲିକ ଭାବେ ବଦଳି କରାଯାଇଛି ।

Leave a Reply

Your email address will not be published.