ହାଇକୋର୍ଟରେ ଚାଲିଛି ଲାଇଭ ଷ୍ଟିମିଂରେ ଶୁଣାଣି, ହାଇକୋର୍ଟ ବାର ଆସୋସିଏସନ ବିରୋଧ

କଟକ: ହାଇକୋର୍ଟ ଲାଇଭ ଷ୍ଟ୍ରିମିଙ୍ଗକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ । ଅଦାଲତ ବର୍ଜନରୁ ଏବେ ପାଇଁ ନିବୃତ୍ତ ରହିଲା ସଂଘ। କାର୍ଯ୍ୟରେ ଯୋଗ ଦେଲେ ହାଇକୋର୍ଟ ବାର ଆସୋସିଏସନ । ହାଇକୋର୍ଟରେ ଚାଲିଛି ଲାଇଭ ଷ୍ଟିମିଂରେ ଶୁଣାଣି । ଏହାକୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ । ଏହାକୁ ନେଇ ଗତ ୬ ତାରିଖରେ ବାରବେଞ୍ଚ ବୈଠକ ହୋଇ ପାରିନାହି । ସେ ଆଲୋଚନା ପର୍ଯ୍ୟନ୍ତ ଅଦାଲତ ବର୍ଜନ କାର୍ଯ୍ୟରୁ ନିବୃତ୍ତ ରହିଲା ଆସୋସିଏସନ ।

ହାଇକୋର୍ଟ ବାର ଆସୋସିଏସନ ସଭାପତି ଜଗବନ୍ଧୁ ସାହୁଙ୍କ ସୂଚନା ଦେଇଛନ୍ତି। ସୂଚନାଥାଉକି, ହାଇକୋର୍ଟରେ ମାମଲା ଗୁଡିକର ଶୁଣାଣି ବେଳେ ଲାଇଭ ଷ୍ଟ୍ରିମିଂ ବ୍ୟବସ୍ଥାର ଆରମ୍ଭ କରିଛନ୍ତି । ଅତି ସମ୍ବେଦନଶୀଳ ମାମଲାକୁ ଛାଡି ଅନ୍ୟ ମାମଲା ଗୁଡିକର ଲାଇଭ ଷ୍ଟ୍ରିମିଂ ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହାକୁ ନେଇ ହାଇକୋର୍ଟ ବାର ଆସୋସିଏସନ ବିରୋଧ କରିଥିଲା । ଏନେଇ ହାଇକୋର୍ଟ ବିଚାର ପତିଙ୍କ ସହିତ ଆଲୋଚନା କରିବା ପାଇଁ ସମୟ ମାଗିଛି ହାଇକୋର୍ଟ ବାର ଆସୋସିଏସନ। ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂକୁ ବିରୋଧ କରିବ ନାହିଁ ଆଗାମୀ ବୈଠକ ପରେ ବାର ଆସୋସିଏସନ ନିଷ୍ପତି ନେବ ବୋଲି କହିଛନ୍ତି ।

Leave a Reply

Your email address will not be published.