ରବିବାର ଶପଥ ନେବ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ ହେବ । ଆସନ୍ତାକାଲି ଅର୍ଥାତ ରବିବାର ୧୧.୪୫ ମିନିଟରେ ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ଆଜି ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି । ଶୁଣିବାକୁ ମିଳିଛିଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଠାତ୍ ଫୋନ ଆସିଲା । ଏହା ପରେ ଗୋଟିଏ ପରେ ଗୋଟିଏ ଇସ୍ତଫା ଦେଉଛନ୍ତି । ସୂଚନା ଅନୁସାରେ ଏହି ସଂପର୍କରେ ଅଧିକାଂଶ ମନ୍ତ୍ରୀ ଜାଣିନଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ ଆସିବା ପରେ ଜାଣିଲେଯେ, ମନ୍ତ୍ରିମଣ୍ଡଳ ପୂର୍ନଗଠନ ହେଉଛି । କିଛି ମନ୍ତ୍ରୀଙ୍କ ପାଖକୁ ଇସ୍ତଫା ପତ୍ରର ଡ୍ରାଫ୍ଟ ଆସିଥିବା ଜଣାଯାଇଛି । ସେହିପରି ଯେଉଁମାନଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ ସେମାନଙ୍କୁ ପାଖକୁ ଫୋନ ଆସିବା ମଧ୍ୟ ଆରମ୍ଭ ହୋଇଛି । ଏଥିସହ କିଛି ମନ୍ତ୍ରୀ ଭୁବନେଶ୍ୱର ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published.