ଆଜି ନାମାଙ୍କନ ପତ୍ର ଦାଖଲ କରିବେ ୪ ପ୍ରାର୍ଥୀ

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ରାଜ୍ୟରେ ଖାଲି ପଡ଼ିଥିବା ୪ଟି ରାଜ୍ୟସଭା ଆସନ ପାଇଁ ରାଜ୍ୟସରକାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ଆଜି ପୂର୍ବାହ୍ଣରେ ୪ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଦଳୀୟ ନେତା, ସମର୍ଥକ ଓ ପ୍ରସ୍ତାବକଙ୍କ ଗ୍ରହଣରେ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବାରୁ ସେହି ସମୟରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ମଧ୍ୟ କୁହାଯାଉଛି । ତେବେ ସୁଲତା ଦେଓ, ମାନଓ ରଞ୍ଜନ ମଙ୍ଗରାଜ, ଡା. ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାଁରେ ମୋହର ମାରିଛନ୍ତି ରାଜ୍ୟସରକାର । ଡା. ସସ୍ମିତ୍ ପାତ୍ରଙ୍କୁ ଦଳ ରିପିଟ୍ କରିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାୀ ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ରାଜ୍ୟସଭା ଟିକେଟ୍ ଦେଇ ସମସ୍ତ ଓଡ଼ିଶାବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ରାଜ୍ୟସରକାର ।

Leave a Reply

Your email address will not be published.