ଅନଲକ ଦିଗରେ ଓଡିଶା, ଆଜିଠୁ ଜାରୀ ହେଲା ନୂଆ ଗାଇଡଲାଇନ

ଭୁବନେଶ୍ୱର: ଅନଲକ ଦିଗରେ ଓଡିଶା । ଆଜିଠୁ ଜୁଲାଇ ମାସର କରୋନା ଗାଇଡଲାଇନ ଶେଷ ହେଉଛି । ଏହାସହିତ ଆଜିଠୁ ଅଗଷ୍ଟ ମାସର କରୋନା‌ ନୂଆ ଗାଇଡଲାଇନ ଆରମ୍ଭ ହେଉଛି । ଏନେଇ  ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ ଏସଆରସି ଘୋଷଣା କରିଛନ୍ତି । ନୂଆ ଗାଇଡଲାଇନ ‌ଅନୁସାରେ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ରାତି ୮ଟାରୁ ସକାଳ ୬ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ତେବେ କେବଳ ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ ।

ଏସଆରସି କହିଛନ୍ତିଯେ, ଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍ ରହିଛି। ହେଲେ  ଉଦବେଗଜନକ ନୁହେଁ। ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି । ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା ଏସଆରସି କହିଛନ୍ତି ।  ଅଗଷ୍ଟ ଗାଇଡଲାଇନ୍ ନେଇ  ଏସଆରସି କହିଛନ୍ତିଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା ରହିବ । ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ । ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ ।

ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ ।  ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା ରହିଛି । ପ୍ରଦର୍ଶନୀ, ବାଣିଜ୍ୟକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି ।  ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ଗାଇଡଲାଇନ ମାନିବେ ପର୍ଯ୍ୟଟକ । ସମସ୍ତ ମଲ୍ ଖୋଲିବ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍ ।

Leave a Reply

Your email address will not be published.