ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବୀରେ ଯୁବକଙ୍କ ମାରାଥନ ପଦଯାତ୍ରା, ରାଷ୍ଟ୍ରପତିଙ୍କ  ଉଦ୍ଦେଶ୍ୟରେ ଦାବ ପତ୍ର ପ୍ରଦାନ

କଟକ: ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବୀରେ ଜଗତସିଂପୁର ଜିଲ୍ଲା ବାଲିକୁଦା ବ୍ଲକର ସତ୍ୟବ୍ରତ ଦାସ (୨୬)ଙ୍କର ମାରାଥନ ପଦଯାତ୍ରା।  ହାତରେ ଜାତୀୟ ପତାକା ଧରି ଓଡ଼ିଶା ପରିଭ୍ରମଣ କରୁଛନ୍ତି। ଆଜି ଶୁଦ୍ଧା ୫୦୩ ଦିନ ପଦଯାତ୍ରାରେ ୨୭୮ ବ୍ଳକ ଅତିକ୍ରାନ୍ତ କରି ୮ ହଜାର ୮୦୦ କିଲୋ ମିଟର ପଦଯାତ୍ରାକରି ସାରିଛନ୍ତି। ଲକ୍ଷ ରହିଛି ଓଡ଼ିଶାର ୩୧୪ ବ୍ଲକରେ ପହଁଚିବେ।

ସେଯାଜପୁର,କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ବର,ମୟୁରଭଞ୍ଜ,କଉେଁଝର,ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,ଦେବଗଡ,ବରଗଡ,,ନୂଅପେଡା,ବଲାଙ୍ଗୀର,ସୋନପୁର,ବୌଦ୍ଧ,କନ୍ଧମାଳ, ଗଞ୍ଜାମ,ଗଜପତି,ରାୟଗଡା,କୋରାପୁଟ,ମାଲକାପଗିରୀ,ନବରଙ୍ଗପୁର,କଳାହାଣ୍ଡୀ,ଅନୁଗୁଳ,ଢେଙ୍କାନାଳ,ନୟ‌ାଗଡ ପରେ ଆସି କଟକ ଜିଳ୍ଲାରେ ପହଁଚିଛନ୍ତି। ନରସିଂପୁର,ବଡମ୍ବା ପରେ ବାରଙ୍ଗ ବ୍ଳକରେ ପହଁଚିଥିଲେ। ସମସ୍ତ ବ୍ଲକକୁ ଯାଇ ବିଡିଓ (ଗୋଷ୍ଠୀ ଉନ୍ନୟନ ) ଅଧିକାରୀଙ୍କୁ ସାକ୍ଷାତ କରି ତାଙ୍କ ଜରୀଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କରୁଛନ୍ତି। ଅଜି ବାରଙ୍ଗ ବ୍ଲକରେ ପହଁଚି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାକର ପଣ୍ଡାଙ୍କ ଜରୀଆରେ ଦାବୀ ପତ୍ର ପ୍ରଦାନ କରିଛନ୍ତି। ତାଙ୍କୁ ରାସ୍ତା ସାରା ମିଳୁଛି ସମ୍ବର୍ଦ୍ଧନା ବାରଙ୍ଗ ପ୍ରେସ୍ କ୍ଲବ୍ ତରଫରୁ ତାଙ୍କୁ ଉପ ଢୌକନ ଦେଇ ସମ୍ବଦ୍ଧିତ କରାଯାଇଛି।

Leave a Reply

Your email address will not be published.