କମିବ ଶୀତ, ୯ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ରାଜ୍ୟରେ ଶୀତର ପ୍ରକୋପ କମିଯିବ । ୯ରୁ ଆରମ୍ଭ ବର୍ଷା । ଆସନ୍ତା ୯ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ଏହି ବର୍ଷା ହୋଇପାରେ । ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର ଏବଂ ଦେବଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟପକ୍ଷେ, ଆଜିଠୁ ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାକୁ ଥିବାବେଳେ ୨ ଦିନ ପରେ ଧିରେ ଧିରେ ତାପମାତ୍ରା ବଢ଼ିପାରେ । ୩ରୁ ୫ଡିଗ୍ରୀ ତାପମାତ୍ରା ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେହିପରି ୧୦ ତାରିଖରେ ମଧ୍ୟ ଉତ୍ତର ଓଡ଼ିଶାର କିଛି ଜିଲ୍ଲାର ବର୍ଷା ହୋଇପାରେ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଶୀତ ସାମାନ୍ୟ ବଢ଼ିବା ସହ ଆକାଶରେ କୁହୁଡ଼ି ମଧ୍ୟ ଫେରିଛି ।

ଆଗାମୀ ତିନି ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ । କେନ୍ଦୁଝର, ମାଲକାନଗିରି, କୋରାପୁଟ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ରାୟଗଡ଼ା, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, କନ୍ଧମାଳ, ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ଭଦ୍ରକ ଏବଂ ବାଲେଶ୍ୱରରେ ଘନ କୁହୁଡ଼ିର ସମ୍ଭାବନା ରହିଛି । ଏଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Leave a Reply

Your email address will not be published.