ପୁରୀ ବଗଲା ଧର୍ମଶାଳା ଜମି ବିବାଦ,ସମସ୍ତ ୨୩  ପ୍ରତିପକ୍ଷଙ୍କୁ ହାଇକୋର୍ଟଙ୍କ ନୋଟିସ  (  ରିପୋଟ-ଭରତ ମହାରଣା)

କଟକ:ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ ୨୩ ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ହାଇକୋର୍ଟ । ସମସ୍ତ ସରକାରୀ ପକ୍ଷଙ୍କ ସମେତ ଜମି  କ୍ରେତାଙ୍କୁ ମଧ୍ୟ ଏହି ନୋଟିସ ଜାରି ହୋଇଛି ।

ରାଜସ୍ବ ପରିଷଦ ସଦସ୍ୟ, ପୁରୀ କୋଣାର୍କ ଉନ୍ନୟନ ଅଧିକାରୀ, ଓଡିଶା ବ୍ରିଜ କନଷ୍ଟ୍ରକ୍‌ସନ କର୍ପୋରେସନ, ପୁରୀ ମୁନିସିପାଲିଟି ଓ ଶ୍ରୀମନ୍ଦିର ପ୍ରଶାସନ ଆଦିଙ୍କୁ ନୋଟିସ ଜାରି କରାଯାଇଛି ।

ପୁରୀ ଜିଲ୍ଲାପାଳ ଓ ତହସିଲଦାର ଜବାବ ଦାଖଲ କରିଥିବାବେଳେ ଆବେଦନକାରୀଙ୍କୁ ପ୍ରତିଜବାବ ଦାଖଲ କରିବାକୁ କହିଛନ୍ତି ଅଦାଲତ । ଉଭୟ ପକ୍ଷଙ୍କ ଜବାବ ଓ ପ୍ରତିଜବାବ ଦାଖଲ କରିବା ପରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ପୁରୀ ବାସିନ୍ଦା ଜଗନ୍ନାଥ ବସ୍ତିଆ ଓ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ପକ୍ଷରୁ ପୃଥକ ପୃଥକ ମାମଲା ହୋଇଥିବାବେଳେ ଉଭୟ ମାମଲାର ଏକତ୍ର ଶୁଣାଣି ହୋଇଥିଲା ।

Leave a Reply

Your email address will not be published.