ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ଅନୁଷ୍ଠିତ ପାକ୍ଷିକ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ମାସକୁ ଦୁଇଥର ହ୍ଵାଟ୍ସଆପ୍ ଜରିଆରେ ଅନଲାଇନ୍ ମାଧ୍ୟମରେ ରାଜ୍ୟ ସ୍ତରୀୟ ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତା ହୋଇଥାଏ । ଏଥିରେ ବିଭିନ୍ନ ଜିଲ୍ଲାର ସାହିତ୍ଯିକ/ସାହିତ୍ଯିକା ମାନେ ଭାଗନେଇଥାନ୍ତି ।
ଅନୁଷ୍ଠାନ ଦ୍ବାରା ପ୍ରଦତ୍ତ ପ୍ରସଙ୍ଗ ଉପରେ ସମସ୍ତେ ଧାର୍ଯ୍ୟ ସମୟ ମଧ୍ୟରେ ଲେଖି ପଠାଇ ଥାଆନ୍ତି । ଅନୁଷ୍ଠାନର ସମୀକ୍ଷା ମଣ୍ଡଳୀଙ୍କ ଦ୍ବାରା ସମସ୍ତ ଲେଖାଗୁଡିକୁ ସମୀକ୍ଷା କରାଯାଇ ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ପ୍ରଦାନ କରାଯାଇଥାଏ । ଶ୍ରୀ ସେନାପତି ପୁନର୍ବାର ସମୀକ୍ଷା କରି ଅନୁଷ୍ଠାନକୁ ଅବଗତ କରାଇବା ପରେ ସମ୍ପାଦକ ଫଳାଫଳ ଘୋଷଣା କରିଥାନ୍ତି । ଏଥରର ପ୍ରତିଯୋଗୀଙ୍କ ପାଇଁ ପ୍ରସଙ୍ଗ(ପ୍ରବନ୍ଧ) ” ଖଣିର ରାଇଜ ମୋ ଓଡିଶା ” ଥିଲା ।
ଯାହାହେଉ ସମସ୍ତଙ୍କର ଲେଖା ଗୁଡିକ ପ୍ରାୟ ଭଲଥିଲା । ଏଥିରେ (୧) ଶୋଭାଗିନୀ ନନ୍ଦ, କୋରାପୁଟ(୨) ଉର୍ମିଳା ମହାପାତ୍ର, ନବରଙ୍ଗପୁର (୩) ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ଼ (୪) ସଞ୍ଜୁକ୍ତା ସାହୁ,ଜଗତସିଂହପୁର (୫) ଭାରତୀ ସାହୁ, ଯାଜପୁର ଓ (୬) ଦେବେନ୍ଦ୍ର ନାୟକ, ମୟୂରଭଞ୍ଜକୁ ମିଶାଇ ବିଭିନ୍ନ ଜିଲ୍ଲାରୁ ମୋଟ ୬ଜଣ ଭାଗ ନେଇଥିଲେ । ସେଥିମଧ୍ୟରୁ ରାଉରକେଲାର ସୁ-ଗୃହିଣୀ,ସୁ-କବୟିତ୍ରୀ, ସୁ-ଲେଖିକା ଏବଂ ଶିକ୍ଷୟିତ୍ରୀ (ଯାହାଙ୍କ ଜନ୍ମ ବାଲେଶ୍ବର ଜିଲ୍ଲା ନିଳଗିରି) ସୁସ୍ମିତା ମହାପାତ୍ର ପ୍ରଥମ ସ୍ଥାନ ଅଧିକାର କରି ଆତ୍ମସନ୍ତୁଷ୍ଟ ଲାଭ କରିଥିବା ବେଳେ ଉର୍ମିଳା ମହାପାତ୍ର ଦ୍ବିତୀୟ ଓ ଶୋଭାଗିନୀ ନନ୍ଦ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ପ୍ରକାଶ ଥାଉକି ଗଦ୍ୟ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ଗଠିତ । ସାହିତ୍ୟ ସାଧକ/ସାଧିକାମାନେ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମରେ ଭାଗନେଇ ନିଜର ସାହିତ୍ୟ ଜ୍ଞାନକୁ ବୃଦ୍ଧି କରି ଆନନ୍ଦ ଲାଭ କରିବା ସଙ୍ଗେ ସଙ୍ଗେ ଦେଶବିଦେଶରେ ନିଜର ପରିଚୟ ସୃଷ୍ଟି କରିପାରୁଛନ୍ତି ।ସେଥିପାଇଁ ଅନୁଷ୍ଠାନ ତରଫରୁ ସମସ୍ତ ସାହିତ୍ୟ ସାଧକ/ସାଧିକା ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଆଗାମୀ ଦିନରେ ଅନୁଷ୍ଠାନର କାର୍ଯ୍ୟକ୍ରମ କିପରି ଆହୁରି ଅଧିକ ସୁନ୍ଦର ଓ ଉନ୍ନତ ହୋଇପାରିବ ସେଥିପାଇଁ ଅନୁଷ୍ଠାନର ଶୁଭ ଚିନ୍ତକମାନେ ସର୍ବଦା ଚିନ୍ତିତ ।
କେବଳ ସମସ୍ତଙ୍କ ସାହାଯ୍ୟ ଓ ସହଯୋଗ ଅନୁଷ୍ଠାନ ପ୍ରତି ରହିବା ଦରକାର ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ପୁରସ୍କାର କେବଳ ଅନୁଷ୍ଠାନର ଆଜୀବନ ସଦସ୍ୟ/ ସଦସ୍ୟା(ଯେଉଁମାନେ ଫିସ୍ ଦେଇଛନ୍ତି) ଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ଏଥରର ପୁରଷ୍କାର ଅର୍ଥରାଶି ଏକ ହଜାର ଟଙ୍କା(୧୦୦୦/-) ପ୍ରଥମ ସ୍ଥାନ ଅଧିକାର କରିଥିବା ସୁସ୍ମିତା ମହାପାତ୍ରଙ୍କୁ ମିଳିଛି । ଏ ପୁରଷ୍କାର ଦେଇଛନ୍ତି ସାପ୍ତାହିକ ପେପର(ଖବରକାଗଜ) ” ବଜ୍ରକୀଳା ” ର ବାଲେଶ୍ବର ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଲୋଚନ ରାଉତ । ଶ୍ରୀ ରାଉତ ପେଷାରେ ଜଣେ ସାମ୍ବାଦିକ ହେଲେ ମଧ୍ୟ ସାହିତ୍ୟ ପ୍ରତି ରହିଛି ଅତୁଳନୀୟ ଆଗ୍ରହ ରହିଛି ।