ଚାଷୀଙ୍କ ଖାତାକୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର: ଚାଷୀଙ୍କ ଖାତାକୁ ଯାଇଛି କାଳିଆ ଟଙ୍କା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୯୨୦ କୋଟି ଟଙ୍କା ସିଧା ସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି । ଏହି ଯୋଜନାରେ ଓଡିଶାର ୪୨ ଲକ୍ଷ କୃଷି ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କାଳିଆ ଯୋଜନା ରାଜ୍ୟ ସରକାରଙ୍କର ଏକ ମହତ ଯୋଜନା ହୋଇଥିବା ବେଳେ ୨୦୧୯ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ ଓଡିଶା ସରକାର ଏହି ଯୋଜନାକୁ ଲଞ୍ଚ କରିଥିଲେ । 

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ପିଏମ କିଶାନ ଯୋଜନାରେ ସମଗ୍ର ଭାରତର ୯.୫ କୋଟି କୃଷକଙ୍କ ଆକାଉଣ୍ଟକୁ ୧୯ ହଜାର କୋଟି ଟଙ୍କା ସିଧାସଳଖ ଯାଇଥିଲା ବେଳେ ଏଥି ମଧ୍ୟରୁ ଓଡିଶାର ୨୭,୮୩,୨୦୯ ଜଣ ଚାଷୀଙ୍କୁ ମୋଟ ୫୫୬.୬୪ କୋଟି ମିଳିଛି । 

Leave a Reply

Your email address will not be published.