ପୁରୀ ଓ ଜଗତସିଂହପୁର ଜିଲ୍ଲା ସମୀକ୍ଷା କରିବେ କେନ୍ଦ୍ରୀୟ ଟିମ୍

ଭୂବନେଶ୍ବର: କରୋନା ମହାମାରୀର ସମୀକ୍ଷା କରିବା ନେଇ ଗତକାଲି ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଭୂବନେଶ୍ବର ପହଞ୍ଚିଥିଲେ । ଆଜି କେନ୍ଦ୍ରୀୟ କୋଭିଡ ଟିମ୍ ପୁରୀ ଓ ଜଗତସିଂହପୁର ଗସ୍ତ କରି ସେଠାକାର ସଂକ୍ରମଣ ସ୍ଥିତି ସମୀକ୍ଷା କରିବେ । କେନ୍ଦ୍ରୀୟ ଟିମ୍ ପ୍ରଥମ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବାବଦରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ । ଏହି ବୈଠକରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କେନ୍ଦ୍ରୀୟ ଟିମ୍ ପାଖରେ ସାମଗ୍ରିକ ରିପୋର୍ଟ ରଖିଛନ୍ତି ।

ତେବେ ଏହି ଟିମରେ କୋଲକାତା ଜନସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ଡାକ୍ତର ପ୍ରଶାନ୍ତ ରାଘବ ମହାପାତ୍ର ରହିଛନ୍ତି । ଏହାପରେ କେନ୍ଦ୍ରୀୟ ଟିମ୍ ଫିଲ୍ଡ ଭିଜିଟ ପାଇଁ ଭୁବନେଶ୍ୱରରେ ଘରୋଇ ଡାକ୍ତରଖାନା ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ ।

Leave a Reply

Your email address will not be published.