ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ପାଇଁ ୧୧ ହଜାର ୬ଟି ନୂଆ ନର୍ସିଂ ଅଫିସର ପଦବି ସୃଷ୍ଟି କରାଯାଇଛି । ଏନେଇ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଓଡ଼ିଶା ନର୍ସିଂ ସେବା ନିୟାମାବଳୀ ୨୦୧୯ ଅନୁଯାୟୀ ଏହି ପଦବି ପୂରଣ ହେବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
ଏହି ପଦବିଗୁଡ଼ିକ ସମସ୍ତ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ର ତଥା ବିଭିନ୍ନ ମେଡିକାଲ କଲେଜରେ ପୂରଣ କରାଯିବ । ଏହି ନୂଆ ପଦବିଗୁଡ଼ିକ ମଧ୍ୟରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୮୭୪ ପଦବି, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫୪୦୦ ଏବଂ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୨୬୫୯ଟି ପଦବି ସୃଷ୍ଟି କରାଯାଇଛି ।
ଏହିପରି ଜିଲ୍ଲାସ୍ତରରେ ସମୁଦାୟ ୮,୯୩୩ଟି ପଦବି ସୃଷ୍ଟି କରାଯାଇଥିଲା ବେଳେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ହସ୍ପିଟାଲ ଗୁଡିକରେ ମଧ୍ୟ ୨୦୭୩ଟି ପଦବି ସୃଷ୍ଟି କରାଯାଇଛି ।