ଚୂଡଙ୍ଗ ଗଡ ବାରଙ୍ଗ ମହୋତ୍ସବ କୋଭିଡ ପାଇଁ ନିରାଡମ୍ବରରେ ପାଳନ ହେବ

 

ବାରଙ୍ଗ: ବାରଙ୍ଗ ଏତିହର ପର୍ବ ଚୂଡଙ୍ଗ ଗଡ ମହୋତ୍ସବ ଚଳିତ ବର୍ଷ କୋଭିଡ ପାଇଁ ନିରାଡମ୍ବରରେ ପାଳନ କରାଯିବ। ଏ କଥା ସୀତାରାମ ବଜାର ଠାରେ ଚୂଡଙ୍ଗ ଗଡ ମହୋତ୍ସବ କମିଟର ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କର୍ମକର୍ତ୍ତାମାନେ ନିଷ୍ପତି ନେଇଚନ୍ତି। କମିଟର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଭାପତି ପ୍ରେମାନନ୍ଦ ସାହୁ,କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତ୍ତି,ସମ୍ପାଦକ ଦିପକ କୁମାର ସ୍ବ‌ାଇଁ,କୋଷାଧ୍ୟକ୍ଷ ମନୋଜ କୁମାର ବେହେରା,ସଂଗଠନ ସମ୍ପାଦକ ବାଙ୍କ ବିହାରୀ ମାଝୀ,ଭୂପତି ଭୂଷଣ ପାଣି,ସନ୍ତୋଷ କୁମାର ଷଡଙ୍ଗୀ,ବାବାଜୀ ପ୍ରଧାନ ,ଆଦିତ୍ୟ ପାଳ,ପତନି ବିଶ୍ବାଳ, ପ୍ରମୋଦ ବିଶୋଇ  ପ୍ରମୂଖ ଉପସ୍ଥିତଥିଲେ। ଚଳିତ ବର୍ଷ ବାର୍ଷିକ କୋଭିଡ କଟକଣା ହେତୁ ନିରାଡମ୍ବରରେ ସାମାଜିକ ଦୂରତା ବାଜାୟ ରଖି କମ୍ ଜନ ଗହଲିରେ ପାଳନ କରିବାକୁ ନିଷ୍ପତି ନିଆଯାଇଛି। କାର୍ତ୍ତିକ ପୂର୍ଣ୍ଣିମା ସକାଳେ ବାରଙ୍ଗ ବ୍ଲକ ନିକଟସ୍ଥ ପୁରୀ ମୁଖ୍ୟ କେନାଲରେ ବୋଇତ ବନ୍ଦାଣ କରାଯିବା ପରେ ସଂକ୍ଷିପ୍ତ ସଭା କରାଯିବ ବୋଲି କମିଟ୍  ଘୋଷଣା କରିଛି।

Leave a Reply

Your email address will not be published.