୩ ଦିନ ଯାଏଁ ଥରାଇବ ଶୀତ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ତିନି ଦିନ ଯାଏଁ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ । ଆସନ୍ତା ୨ ଦିନରେ ପାରଦ ୪ ଡିଗ୍ରି ଯାଏ ତଳକୁ ଖସିବ । ଏଥିପାଇଁ ୩୦ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା କାଲି ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ରେ ଶୀତ ଲହରି ବହିପାରେ । ଦିନର ସର୍ବାଧିକ ତାପମାତ୍ରା ହାରାହାରି ୨୯ ଡିଗ୍ରୀ ରହୁଥିବାବେଳେ ଏହା କ୍ରମଶଃ ବଢ଼ିବ । ଫେବ୍ରୁଆରି ୪ ସୁଦ୍ଧା ଅନେକ ସ୍ଥାନରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସ୍ ବଢିବ । ୩ ତାରିଖରେ ଭୁବନେଶ୍ୱରର ସର୍ବାଧିକ ତାପମାତ୍ରା ୩୦ରୁ ୩୧ଡିଗ୍ରୀ ସେଲସିୟସ୍ ରହିବ ।

Leave a Reply

Your email address will not be published.