ସିବିଏସଇ ଢାଞ୍ଚାରେ ହେବ ମୂଲ୍ୟାୟନ ପ୍ରକ୍ରିୟା

ଭୂବନେଶ୍ବର: ରାଜ୍ୟରେ ପ୍ରଥମଥର ପାଇଁ ଦଶମ ଓ ଦ୍ବାଦଶ ପରୀକ୍ଷା ମୂଲ୍ୟାଙ୍କନ ପ୍ରକ୍ରିୟାକୁ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସଇ ଢାଞ୍ଚାର କରିବ । ଏନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ସିବିଏସଇ ଢାଞ୍ଚାରେ ବର୍ଷକରେ ଚାରିଟି ଫର୍ମେଟିଭ ଓ ଦୁଇଟି ସବମେଟିଭ ଆସେସମେଣ୍ଟ ପରୀକ୍ଷା ହେବ । ସେପ୍ଟମ୍ବର ପ୍ରଥମ ସପ୍ତାହ ଓ ନଭେମ୍ବର ଦ୍ବିତୀୟ ସପ୍ତାହରେ ପରୀକ୍ଷା ହେବ । ସେହିପରି ଜାନୁଆରୀ ଦ୍ବିତୀୟ ସପ୍ତାହ ଓ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ପରୀକ୍ଷା ପରିଚାଳନା ହେବ । ଛାତ୍ରଛାତ୍ରୀମାନେ ସବୁ ପରୀକ୍ଷାକୁ ଗୁରୁତ୍ବ ଦେବେ । ଶିକ୍ଷକ ଓ ଶିକ୍ଷୟତ୍ରୀ ସେହି ବିସାବରେ ମୂଲ୍ୟାଙ୍କନ କରିବେ ।

ଯଦି ମୂଲ୍ୟାଙ୍କନରେ କୌଣସି ସମସ୍ୟା ହୁଏ ତେବେ ସ୍ବେଚ୍ଛାକୃତ ଭାବେ ଛାତ୍ରଛାତ୍ରୀ ବୋର୍ଡ ଦ୍ବାରା ନିର୍ଦ୍ଧାରିତ ପରୀକ୍ଷା ଦେବେ ଓ ମାସକ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଯୋଜନା କରାଯିବ । ଯଦି କୌଣସି କାରଣରୁ ଫାଇନାଲ ପରୀକ୍ଷା ନହୋଇପାରେ ତେବେ ଆସେସମେଣ୍ଟ ପରୀକ୍ଷା ଆଧାରରେ ମୂଲ୍ୟାଙ୍କନ କରାଯିବ ।

Leave a Reply

Your email address will not be published.