ଜେଇଇ ମେନ୍‌ ଚତୁର୍ଥ ପର୍ଯ୍ୟାୟ ଆରମ୍ଭ, ପରୀକ୍ଷା ଦେବେ ୭ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆଜିଠାରୁ ଜେଇଇ ମେନ୍‌ ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେଉଛି । ଦେଶର ୩୩୪ ସହରରେ ପରୀକ୍ଷା ଆୟୋଜନ ହୋଇଥିବାବେଳେ ୭ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କରୋନା କଟକଣାରେ ପରୀକ୍ଷା ଆୟୋଜନ କରିବାକୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି ବା ଏନ୍‌ଟିଏ କଡ଼ା ନିର୍ଦ୍ଦେଶ ଦେଇଛି। ଛାତ୍ରଛାତ୍ରୀଙ୍କ ଆଡ଼ମିଟ କାର୍ଡ଼ରେ ପରୀକ୍ଷା ସମ୍ପର୍କିତ ବିସ୍ତୃତ ସୂଚନା ଦିଆଯାଇଛି।ତେବେ ଚଳିତ ମାସ ୨୬,୨୭,୩୧ ଏବଂ ସେପ୍ଟେମ୍ବର ୧ ଓ ୨ ତାରିଖରେ ପରୀକ୍ଷା ହେବ। ଓଡ଼ିଶାରୁ ପାଖାପାଖି ୧ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

ଚଳିତବର୍ଷ ୪ ଥର ଜେଇଇ ମେନ୍‌ ହେଉଛି। ଯେଉଁ ପରୀକ୍ଷାର୍ଥୀମାନେ ଏକାଧିକ ଥର ପରୀକ୍ଷା ଦେଉଛନ୍ତି, ସେମାନଙ୍କର ଯେଉଁ ପରୀକ୍ଷାରେ ଅଧିକ ନମ୍ବର ରହିବ ତାହାକୁ ଗ୍ରହଣ କରାଯିବ ବୋଲି ଏନ୍‌ଟିଏ ମହାନିର୍ଦ୍ଦେଶକ କହିଛନ୍ତି।

Leave a Reply

Your email address will not be published.