ପୁରୀ: ରାଜ୍ୟରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଉଥିବାବେଳେ ଧିରେ ଧିରେ ଖୋଲିବାକୁ ଲାଗିଛି ପର୍ଯ୍ୟଟନସ୍ଥଳୀ । ଦୀର୍ଘ ୩ ମାସ ପରେ ଆଜିଠୁ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲୁଛି କୋଣାର୍କ ସୂର୍ଯ୍ୟ ମନ୍ଦିର ।
କରୋନା କଟକଣା ମଧ୍ୟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଖୋଲିଥିବା ବେଳେ ଅନଲାଇନରେ ଟିକେଟ ବ୍ୟବସ୍ଥା କରାଯାଇଛି । ଟୁରିଷ୍ଟ ଗାଇଡ୍ ଓ ଫଟୋଗ୍ରାଫରଙ୍କ ଉପରେ କଟକଣା ଲଗାଯାଇଛି । ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ୍ କାଟି ସୂର୍ଯ୍ୟମନ୍ଦିର ବୁଲିପାରିବେ । ଏହାସହିତ ରାଜ୍ୟର ଆଉ ସବୁ ପର୍ଯ୍ୟଟନସ୍ଥଳନୀବି ଖୋଲିବା ନେଇ ବିଚାର ବିମର୍ଶ କରାଯାଉଛି