ଭୋଗରାଇ ବୈଶାଖୀ ଉତ୍ସବ-୨୦୨୨ ରେ ଯୋଗଦେଲେ ପର୍ଯ୍ୟଟନ ମନ୍ତ୍ରୀ

ବାଲେଶ୍ବର,(ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ମା ବାଶୁଳୀଙ୍କ ଶକ୍ତି ପୀଠରେ ଅନୁଷ୍ଠିତ ହୋଇଯାଇଛି ଭୋଗରାଇ ବୈଶାଖୀ ଉତ୍ସବ-୨୦୨୨ । ଏଥିରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ଫିତାକାଟି ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦ୍ଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ଉତ୍ସବକୁ ଦେଖିବା ପାଇଁ ସମ୍ପୃକ୍ତ ଅଞ୍ଚଳର ବହୁ ଲୋକଙ୍କ ସମାଗମ ହୋଇଥିଲା । ମାନ୍ଯବର ମନ୍ତ୍ରୀ ବାଲେଶ୍ବର ଜିଲ୍ଲା କାହିଁକି ଓଡ଼ିଶାର ବିଭିନ୍ନ ସ୍ଥାନର କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନଙ୍କର ନିକଟତର ହେଉଛନ୍ତି । ଯେଉଁଥି ପାଇଁ ସାରା ଓଡ଼ିଶାରେ ମନ୍ତ୍ରୀଙ୍କ ନାମ ଦିନକୁ ଦିନ ବିଖ୍ୟାତ ହେବାରେ ଲାଗିଛି । ଏହା ଦ୍ବାରା ନିଜ ଜିଲ୍ଲା କାହିଁକି ଓଡ଼ିଶାର ଗର୍ବଗୌରବ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ନିଜ ବିଭାଗର ଉନ୍ନତି ବୃଦ୍ଧି ହେଉଛି । ଏହି ଲୋକପ୍ରିୟତା ଆଗାମୀ ଦିନରେ ଦଳକୁ ମଜଭୁତ ହେବାରେ ନିଶ୍ଚୟ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଭଗବାନ ମଙ୍ଗଳ କରନ୍ତୁ ଶ୍ରୀଯୁକ୍ତ ମନ୍ତ୍ରୀଙ୍କ ଚଲାପଥ କୁସୁମିତ ହେଉ, ବିଭାଗ, ଜିଲ୍ଲା ଓ ରାଜ୍ୟର ବିକାଶ କ୍ଷେତ୍ରରେ ମହାପ୍ରଭୁ ମନ୍ତ୍ରୀ ମହୋଦୟଙ୍କୁ ସହାୟ ହୁଅନ୍ତୁ ବୋଲି ମନ୍ତ୍ରୀଙ୍କ ଶୁଭଚିନ୍ତକ ମାନେଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.