ପର୍ଯ୍ୟଟକମାନଙ୍କ ପାଇଁ ଆଜିଠୁ ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୂବନେଶ୍ବର: ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆଜିଠୁ ଖୋଲୁଛି । ତେବେ ନନ୍ଦନକାନନ ଖୋଲିବା ପରେ ପର୍ଯ୍ୟଟକ ମାନଙ୍କ ପାଇଁ ପରିଭ୍ରମଣର ସୁବିଧା ମଧ୍ୟ କରାଯାଇଛି । କରୋନା କଟକଣା ମଧ୍ୟରେ ଚିଡିଆଖାନାର ମଜା ଉଠାଇ ପାରିବେ ପର୍ଯ୍ୟଟକ । ଏହାସହିତ ନନ୍ଦନକାନନରେ ଥିବା ପଶୁ ପକ୍ଷୀଙ୍କ ପ୍ରତି ମଧ୍ୟ କରୋନା ସଂକ୍ରମଣର ଭୟ ରହିଥିବାରୁ ନନ୍ଦନକାନନ କତ୍ତୃପକ୍ଷଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ନନ୍ଦନକାନନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ପ୍ରବେଶ ପଥରେ ଥର୍ମାଲ ସ୍କ୍ରନିଂ ମଧ୍ୟ କରାଯାଉଛି । ତେବେ କରୋନା କଟକଣା କୋହଳ ହେବାରୁ ଆଜିଠୁ ପୁଣି ଖୋଲିଛି ନନ୍ଦନକାନନ । ଭିତରେ ସାମାଜିକ ଦୂରତା ରକ୍ଷା କରିବା ଉପରେ ଦିଆଯାଉଛି ଗୁରୁତ୍ୱ ଦିଆଯାଉଛି, ଅନ୍ୟପଟେ ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ନନ୍ଦନକାନନ ଭିତରକୁ ପ୍ରବେଶ ଉପରେ ରୋକ୍ ଲଗାଯାଇଛି ।

Leave a Reply

Your email address will not be published.