ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲେ ଓଡିଶା ରାଜ୍ୟ ଆଦିବାସୀ ମହାସଂଘ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟ ସଭାର ସାଂସଦ ଭାବରେ ଓଡିଶା ରାଜ୍ୟର ବିଶିଷ୍ଟ ଆଦିବାସୀ ନେତା ତଥା ଓଡିଶା ରାଜ୍ୟ ଶବର ମହାସଭା ର ସାଧାରଣ ସମ୍ପାଦକ ନିରଞ୍ଜନ ବିଶି ଙ୍କୁ ରାଜ୍ୟସଭା ର ସାଂସଦ ପ୍ରାର୍ଥୀ ଭାବରେ ଚୟନ କରିଥିବାରୁ ଓଡିଶା ରାଜ୍ୟ ଆଦିବାସୀ ମହାସଂଘ ତରଫରୁ ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ । ରାଜ୍ୟସଭା ସାଂସଦ ପ୍ରାର୍ଥୀ ନିରଞ୍ଜନ ବିଶି ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧନା ଜଣାଇଥିଲେ.ସମ୍ବର୍ଦ୍ଧନା ସଭାରେ କଟକ ଜ଼ିଲ୍ଲା ର ଶରତ ଚନ୍ଦ୍ର ନାୟକ, ଢେଙ୍କାନାଳ ର ଗଣେଶ ପ୍ରଧାନ, କୃଷ୍ଣ ଖଟୁଆ , ରମେଶ ଦେହୁରୀ,ରସାନନ୍ଦ ଦେହୁରୀ, ଭୁବନେଶ୍ୱରର ଅତୁଳ ନାୟକ, ଖୋର୍ଦ୍ଧା ଜ଼ିଲ୍ଲାର ଲକ୍ଷ୍ମୀଧର ବେହେରା,ନୟାଗଡ ଜ଼ିଲ୍ଲାର ବେଲେଶ୍ୱର ବେହେରା,ଅନୁଗୁଳ ଜ଼ିଲ୍ଲାର ମକାର୍ଧ୍ଵଜ ଦେହୁରୀ,କାର୍ତ୍ତିକ ଦେହୁରୀ,ଯାଜପୁର ଜ଼ିଲ୍ଲା ର କାନ୍ହୁ ସାମଲ,ପ୍ରଭାକର ସାମଲ,କୃଷ୍ଣ ଚନ୍ଦ୍ର ନାୟକ,ଧ୍ରୁବ ଚରଣ ଦେହୁରୀ,ଖତି ନାୟକ,ସହିତ ଶତାଧିକ ଆଦିବାସୀ ଯୋଗ ଦେଇଥିଲେ ।

Leave a Reply

Your email address will not be published.