ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ବିଧାନସଭା ଶୀତକାଳିନ ଅଧିବେଶନ ଆଜି ହେଉଛି ୫ମ ଦିନ । ଆଜି ମଧ୍ୟ ଚାଲିପାରିନି ଗୃହ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି । ସୂଚନା ଅନୁଯାୟୀ ଆରମ୍ଭରୁ ଗୃହର ମଧ୍ୟ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ମମିତା ମେହେର ହତ୍ୟା ଘଟଣାକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରୁଛନ୍ତି । ଆଜି ବି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ବିରୋଧୀ ହୋହାଲ୍ଲା କରିଛନ୍ତି । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ।
ସୂଚନା ଅନୁସାରେ, ଡିସେମ୍ବର ୧ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି । ୪ ଦିନରେ ମାତ୍ର ୫୨ ମିନିଟ ଚାଲିଛି ଗୃହ କାର୍ଯ୍ୟ । ତେବେ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଅଟଳ ଅଛନ୍ତି । ବିରୋଧୀ ନୂଆ ନୂଆ ତରିକାରେ ପ୍ରତିବାଦ କରିବା ଆରମ୍ଭ କରିଦେଇଛନ୍ତି ।