ଆସନ୍ତା ୩୦ ଯାଏଁ ରାଜ୍ୟରେ ପ୍ରବଳ ଶୀତ ସମ୍ଭାବନା

ଭୂବନେଶ୍ବର: ଉତ୍ତର ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ରର ପ୍ରଭାବରେ ରାଜ୍ୟରେ ଆଜିଠାରୁ ଆସନ୍ତା ୩୦ ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏଥିପାଇଁ ବହୁ ଜିଲ୍ଲାକୁ ୟେଲୋ ୱାଣ୍ଣିଂ ମଧ୍ୟ ଜାରି କରିଛି ପାଣିପାଗ ବିଭାଗ । ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଲଗୁଚାପ ଜନିତ ବର୍ଷା । ପ୍ରାୟ ଅଧାରୁ ଅଧିକାଂଶ ଜିଲ୍ଲାରେ ଲଘୁଚାପର ପ୍ରଭାବ ପଡିବ ।

ପାଣିପାଗ ବିଭାଗ ପକ୍ଷରୁ ଆଜି ୧୩ ଟି ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ୟେଲୋ ୱାଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତା କାଲି ପାଇଁ ୨୯ ଟି ଜିଲ୍ଲାକୁ ଓ ୩୦ ତାରିଖ ପାଇଁ ୧୦ ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାଣ୍ଣିଂ କରାଯାଇଛି । ରାଜ୍ୟରେ ଚଳିତଥର ନିଅଣ୍ଟିଆ ମୌସୁମୀ ବର୍ଷା ହୋଇଥିବା ବେଳେ ୪ ଦିନର ଏହି ଲଗାଣ ବର୍ଷା ରାଜ୍ୟରେ ବର୍ଷା ଅଭାବକୁ ପୁରା କରିବ ବୋଲି ଗୋଟିଏ ପଟେ ଆଶଙ୍କା କରାଯାଉଥିବା ବେଳେ ଅନ୍ୟପଟେ କିଛି ତଳିଆ ଅଞ୍ଚଳରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

Leave a Reply

Your email address will not be published.