ଅଣ୍ଡରପାସ ନିର୍ମାଣ ପ୍ରସଙ୍ଗ, ଗ୍ରାଉଣ୍ଡ ଜିରୋରେ ପରିସ୍ଥିତିର ସମୀକ୍ଷା କଲେ ସାଂସଦ ଭର୍ତ୍ତୁହରି ମହତାବ

କଟକ, (ଭରତ ମହାରଣା): କଟକ ଜାତୀୟ ରାଜପଥ ଶିଖରପୁର ଛକରେ ଅଣ୍ଡରପାସ ନିର୍ମାଣ ପ୍ରସଙ୍ଗ । ଗ୍ରାଉଣ୍ଡ ଜିରୋରେ ପରିସ୍ଥିତିର ସମୀକ୍ଷା କଲେ ସାଂସଦ ଭର୍ତ୍ତୁହରି ମହତାବ । ତେବେ ସ୍ଥାନୀୟ ବିଧାୟକ ସୌଭିକ ବିଶ୍ୱାଳ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ଉପସ୍ଥିତ ରହିଥିଲେ । ଜାତୀୟ ରାଜପଥ କତ୍ତୃପକ୍ଷ ଅଣ୍ଡରପାସ କାମ ବିଳମ୍ବ କରୁଥିବା କହିଛନ୍ତି ସାଂସଦ। ତେବେ କାମ ତ୍ୱରାନ୍ୱିତ କରିବା ଦିଗରେ ସମସ୍ୟା କରୁଥିବା ଇଲେକ୍ଟ୍ରି ଲାଇନ ଓ ଡ୍ରେନଜକୁ ତୁରନ୍ତ କରିବାପାଇଁ ନିର୍ଦେଶ ଦିଆଯାଇଛି । ଆସନ୍ତାକାଲି ଏନେଇ ଜାତୀୟ ରାଜପଥ କତ୍ତୃପକ୍ଷଙ୍କ ସହିତ ବିଷଦ ଆଲୋଚନା କରାଯିବ । ଅଣ୍ଡରପାସ ନିର୍ମାଣ ହେଲେ ବହୁଦିନର ସମସ୍ୟା ତଥା ଦୁର୍ଘଟଣା ହ୍ରାସ ପାଇବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Leave a Reply

Your email address will not be published.