ରଥଯାତ୍ରା ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଦେଶବାସିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହିତ ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି । ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ରଥଯାତ୍ରା ଉପଲକ୍ଷେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। କରୋନା କଟକଣା ମଧ୍ୟରେ ଗତବର୍ଷ ପରି ବିନା ଭକ୍ତରେ ରଥଯାତ୍ରା ପାଳନ କରାଯାଉଛି । ତେବେ ପୂର୍ବ ନିଦ୍ଧାରିତ ସମୟ ପୁର୍ବରୁ ନିତିକାନ୍ତ ସମାପ୍ତ ହେବା ସହିତ ରଥଟଣା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିନା ଭକ୍ତରେ ସେବାୟତ ମାନେ ରଥ ଟାଣୁଛନ୍ତି । ପରମ୍ପରା ଅନୁଯାଇ ପ୍ରଥମେ ବଡ ଠାକୁର ବଳରାମଙ୍କର ରଥ ମାଉସି ମା ମନ୍ଦିର ଅଭିମୁଖେ ବାହାରିଛି ।  

Leave a Reply

Your email address will not be published.