ଭୂବନେଶ୍ବର: ରାଜ୍ୟରେ କରୋନା ଭାଇରସରୁ ସାମାନ୍ୟ ଆସ୍ୱସ୍ଥି ମିଳିଥିବାବେଳେ ଆଜିଠୁ ରାଜଧାନୀରେ ଗର୍ଭବତ୍ତୀ ମହିଳା ମାନଙ୍କ ଟିକାକରଣ ଆରମ୍ଭ ହେଉଛି । ଯାହାଫଳରେ ମା ଓ ଶିଶୁ ଉଭୟ ସୁସ୍ଥ ରହିପାରିବେ । ଜୁଲାଇ ୧୭ ତାରିଖରୁ ରାଜ୍ୟରେ ଗର୍ଭବତୀଙ୍କୁ ଆରମ୍ଭ ହୋଇଛି ଟିକାକରଣ । ରାଜ୍ୟକୁ କବଳିତ କରି ରଖିଥିବା ବେଳେ ଏବେ କେବଳ ଟିକା ହିଁ ଏକ ମାତ୍ର ସାହାରା ପାଲଟିଛି ।
ସକାଳ ୧୧ଟାରୁ ଦିନ ଗୋଟାଏ ଯାଏଁ ଗର୍ଭବତୀଙ୍କୁ ଟିକାକରଣ କରାଯିବ । ଭୁବନେଶ୍ୱରରେ ସପ୍ତାହରେ ଦୁଇ ଦିନ ଗର୍ଭବତୀଙ୍କୁ ଟିକାକରଣ ପାଇଁ ଦିନ ଧାର୍ଯ୍ୟ ହୋଇଛି । ପ୍ରତି ବୁଧବାର ଓ ଶନିବାର ସେମାନେ ସରକାରୀ ଟିକାଦାନ କେନ୍ଦ୍ରରୁ ଟିକା ନେଇପାରିବେ ।
ପ୍ରଥମ ଦିନରେ ରାଜ୍ୟରେ ୧୨ଶହ ୮୪ ଜଣ ନେଇଥିଲେ ଟିକା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ସାଢ଼େ ୪ଲକ୍ଷ ଗର୍ଭବତୀଙ୍କୁ ଟିକାକରଣ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି । ତେଣୁ ଭୁବନେଶ୍ୱର ମହାନଗର ନିଗମ ଅଚଂଳରେ ବିଭିନ୍ନ ଗାଇଡଲାଇନକୁ ଅନୁସରଣ କରି ଆଜି ଏହି ଟିକା ଦେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଏଥିପାଇର୍ ଆଗରୁ କୌଣସି ସ୍ଲଟ୍ ବୁକିଂ କରିବାର ମଧ୍ୟ ଆବଶ୍ୟକତା ନାହିଁ । ସିଧାସଳଖ ଟିକାକରଣ କେନ୍ଦ୍ରରେ ପହଂଚି ଆବଶକୀୟ କାଗଜପତ୍ର (ଆଧାରକାର୍ଡ଼)ସାଥିରେ ନେଇକି ଯିବାକୁ ପଡ଼ିବ । ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଯେଉଁଠାରେ ଟିକାଦାନ କେନ୍ଦ୍ର କରାଯାଇଛି ସେଠାରୁ କୋଭାକ୍ସିନ୍ ଟିକା ନେଇପାରିବେ ।