ଭୂବନେଶ୍ବର: କରୋନା ତୃତୀୟ ଲହରର ସମ୍ଭାବନାକୁ ନେଇ ରାଜ୍ୟରେ ଟିକାକରଣକୁ ବୃଦ୍ଧି କରାଯାଉଛି । ଆଜିଠୁ ରାଜ୍ୟରେ ଗର୍ଭବତିଙ୍କୁ ଦିଆଯିବ କରୋନା ଟିକା। ପୂର୍ବରୁ ଦେଶରେ କରୋନା ଟିକା ଗର୍ଭବତିମାନଙ୍କୁ ଦିଆଯାଇଥିବା ବେଳେ ରାଜ୍ୟରେ ଉପଯୁକ୍ତ ଟ୍ରେନିଂ ପରେ ଟିକା କରଣ ଆରମ୍ଭ ହେବ ବୋଲି ରାଜ୍ୟ ସରକାର କହିଥିଲେ । ରାଜ୍ୟ ତଥା ଦେଶରେ କରୋନା ବିରୋଦ୍ଧରେ ଲଢେଇ ଯୋରଦାର ଚାଲିଛି । ରାଜ୍ୟରେ ଏବେ ଗର୍ଭବତି ମହିଳାଙ୍କୁ ଟିକାକରଣ ଆରମ୍ଭ ହେବ।
ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୬ଟି ରାଜ୍ୟର ମୁଖ୍ୟମନ୍ତ୍ରିଙ୍କ ସହିତ ଅନୁଷ୍ଠିତ ବୈଠକରେ କରୋନାକୁ ରୋକିବା ପାଇଁ ଟିକା କରଣକୁ ତ୍ୱରାନିତ କରିବାକୁ ରାଜ୍ୟ ମାନଙ୍କୁ ନିର୍ଦେଶ ଦେଇଛନ୍ତି।