ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଏକା ସାଙ୍ଗରେ  ଝାରସୁଗୁଡ଼ାସ୍ଥିତ ତାଙ୍କ ବାସଭବନ ସମେତ ଛଅଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ତାଙ୍କ ଝାରସୁଗୁଡ଼ାର ଏଲ ଏନ୍ କଲେଜ ନିକଟସ୍ଥ ବାସଭବନ ଓ ଏକ ଘର, ସୁନ୍ଦରଗଡ଼ରେ କାର୍ଯ୍ୟକରୁଥିବା ତାଙ୍କ ପତ୍ନୀଙ୍କ ଏମଆଇ ଅଫିସ୍, କେନ୍ଦ୍ରାପଡ଼ାସ୍ଥିତ ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରର ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି।ଚଢାଉ ବେଳେ କେତେ ପରିମାଣର କ’ଣ ସବୁ ଜବତ କରାଯାଇଛି  ସେ ସମ୍ପର୍କରେ ସବିଶେଷ ତଥ୍ୟ ହସ୍ତଗତ ହୋଇନାହିଁ

Leave a Reply

Your email address will not be published.