ପଞ୍ଚାୟତ ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଭୂବନେଶ୍ବର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ, ଯାହାକୁ ନେଇ ତ୍ରୀଦଳୀୟ ମଧ୍ୟରେ ରାଜନୀତିର ଛକାପଞ୍ଝା ଆରମ୍ଭ ହୋଇସାରିଛି । ତେବେ ଏସବୁ ମଧ୍ୟରେ ଆଗାମୀ ପଂଚାୟତ ଓ ପରବର୍ତୀ ନିର୍ବାଚନରେ ବିଜେଡ଼ି ୨୭% ଓବିସି ପ୍ରାର୍ଥୀ ଦେବବୋଲି ଘୋଷଣା କରିଛି । ଏସଂକ୍ରାନ୍ତୀୟ କୌଣସି ସାମ୍ବିଧାନିକ ନିୟମ ନଥିଲେବି ଦଳ ୨୭% ଓବିସିଙ୍କୁ ପ୍ରାର୍ଥୀ କରିବାକୁ ନିଷ୍ପତି ନେଇଛି । ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତି ନେଇଛନ୍ତି । 

ଏନେଇ ଦଳ କହିଛି ଯେ, ପଂଚାୟତ ନିର୍ବାଚନ ଓ ପରବର୍ତୀ ନିର୍ବାଚନରେ ବିଜେଡ଼ି ୨୭% ଆସନ ଓବିସିଙ୍କ ପାଇଁ ସଂରକ୍ଷଣ ରଖିବ । ବିଜେପି ଓ ଅନ୍ୟଦଳମାନେ ଏଥିରୁ ଶିଖନ୍ତୁ ବୋଲି ବିଜେଡ଼ି ପକ୍ଷରୁ କୁହାଯାଇଛି । ଗୋଟିଏ ପଟେ ବିଜେଡ଼ି ଓବିସି ଗଣନା ପାଇଁ ଦାବି କରୁଥିବାବେଳେ ଅପରପକ୍ଷରେ ବିଜେପି କିନ୍ତୁ ଏଭଳି ପ୍ରସ୍ତାବକୁ ସମାଲୋଚନା କରିଆସୁଛି ।

Leave a Reply

Your email address will not be published.