ଭୂବନେଶ୍ବର: ଫର୍ମଫିଲପ୍ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ଆତ୍ମହୁତି ଉଦ୍ୟମ କଲେ ମା ଓ ପୁଅ । ଏଭଳି ଘଟଣା ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ବାସଭବନ ସମ୍ମୁଖରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଗତକାଲି ମା ଓ ପୁଅ ଗଣଶିକ୍ଷା ମନ୍ତ୍ରୀଙ୍କ ଘର ଆଗରେ ଧାରଣା ଦେଇଥିବା ବେଳେ ମନ୍ତ୍ରୀ ଏନେଇ କିଛି ସମାଧାନ ନକରିବା ପରେ ଆଜି ଉଭୟ ମା ଓ ପୁଅ ଦେହରେ କିରୋସିନି ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ।
ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଏଭଳି ହାଇଡ୍ରାମା ଦେଖି ପୋଲିସ୍ ପହଞ୍ଚି ଉଭୟଙ୍କୁ କାବୁ କରିବା ସହିତ କ୍ୟାପିଟାଲ ଥାନାକୁ ନେଇ ବୁଝାସୁଝା କରୁଥିବା ଜଣାପଡିଛି । ଫର୍ମଫିଲପ୍ ପ୍ରକ୍ରିୟାରେ ଅସନ୍ତୁଷ୍ଟ ହୋଇ ମା, ପୁଅ ଆତ୍ମହୁତି ଉଦ୍ୟମ କରୁଥିବା ଜଣାପଡିଛି । ତେବେ ଏହି ମାମଲାରେ ଗଣଶିକ୍ଷା ମନ୍ତ୍ରୀଙ୍କ କିଛି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।