ଅନାଥ ଓ ଅସହାୟ ଲୋକଙ୍କୁ ମିଳିବ ଆର୍ଥିକ ସହାୟତା: ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଅନାଥ ଓ ଅସହାୟ ଲୋକଙ୍କୁ ମିଳିବ ଆର୍ଥିକ ସହାୟତା, ଦିଲ୍ଲୀରେ ଆଜିଠୁ ଲାଗୁ ହେଉଛି ନୂଆ ଯୋଜନା । କରୋନା ମହାମାରୀରେ ନିଜ ପରିବାରକୁ ହରାଇ ବେସାହାରା ହୋଇଥିବା ଅନାଥ ଶିଶୁ ଅଥବା ପୀଡିତ ପରିବାରକୁ ଆର୍ଥିକ ସାହାଯ୍ୟ ଦେବା ଲାଗି ଭାରତ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଏହି ଯୋଜନା କେବଳ ଦିଲ୍ଲୀ ରାଜ୍ୟ ଲାଗି ବିଜ୍ଞପ୍ତି ଜାରି ହେବାର କମ ସମୟ ମଧ୍ୟରେ ଲାଗୁ ହୋଇଛି । ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବାଇଜଲ କୋଭିଡ-୧୯ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଯୋଜନାକୁ ମଂଜୁର କରିବା ସହିତ ବିଜ୍ଞପ୍ତି ଜାରି କରିଛନ୍ତି । ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଯୋଗୁଁ ପୀଡିତ ପରିବାରକୁ ଏବେ ଖୁବ ଶୀଘ୍ର ସହଜରେ ଆର୍ଥିକ ସହାୟତା ମିଳିପାରିବ । 

କୋଭିଡ-୧୯ ଆର୍ଥିକ ସହାୟତା ଯୋଜନା କରୋନା ମହାମାରୀ ଯୋଗୁଁ ଅନେକ ପରିବାରର ରୋଜଗାରିଆ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେଣୁ ସରକାର ରୋଜଗାରିଆ ସସସ୍ୟଙ୍କ ମୃତ୍ୟୁ ପରେ ସେହି ପରିବାରୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସରକାର ଅନାଥ ଶିଶୁଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖିବେ । 

ଏତଦ ବ୍ୟତୀତ ସରକାର ପରିବାର ଜଣେ ସଦସ୍ୟଙ୍କୁ ନାଗରିକ ସୁରକ୍ଷା ସ୍ୱୟଂସେବକ ଭାବେ ନାମାଙ୍କିତ କରିବା ନେଇ ବିଚାର ଚାଲିଛି । ଯୋଜନା ଅନୁସାରେ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ । 

Leave a Reply

Your email address will not be published.