ଭୂବନେଶ୍ବର: କଂଗ୍ରେସର ବରିଷ୍ଠନେତା ତଥା ଜୟପୁର ବିଧାୟକ ତାରାବାହିନୀ ପତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତାଙ୍କୁ ଭୁବନେଶ୍ବରର ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହାର ସୂଚନା ପତ୍ନୀ ମିନାକ୍ଷୀ ବାହିନୀ ପତିଙ୍କ ଠାରୁ ମିଳିଛି ।
ତାରାପ୍ରସାଦ ବାହିନୀପତି କରୋନା ପଜିଟିଭ୍ ପରୀକ୍ଷା କରିବା ପରେ ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ନିକଟରେ କରୋନାର ସାମାନ୍ୟ ଲକ୍ଷଣ ଥିବା ସୂତ୍ରରୁ ପ୍ରକାଶ ପାଇଛି । ସାଂସଦ ତଥା ଦଳର ନେତା ସପ୍ତଗିରି ଉଲାକା ବାହିନୀପତିଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।