ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦଙ୍କ ଦୁଇଟି ଟିକା ଉପରେ ଗୁରୁତ୍ୱ

ଭୂବନେଶ୍ବର: ଜୁଲାଇ ୧୯ ତାରିଖରୁ କୋଭିଡ ପ୍ରୋଟୋକଲ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଉପରାଷ୍ଟ୍ରପତି ଓ ଲୋକସଭା ଅଧ୍ୟକ୍ଷକଙ୍କ ନିଷ୍ପତ୍ତି କ୍ରମେ ଆରମ୍ଭ ହେଉଛି ଅଧିବେଶନ । ଏହି ଅଧିବେଶନରେ ଆରମ୍ଭ ହେବା ପୂର୍ବରୁ ସମସ୍ତ ସାଂସଦଙ୍କ ଦୁଇଟି ଡୋଜ୍ ଟିକାକୁ ଗୁରୁତ୍ୱ ଦିଆଯାଇଛି । ତେବେ ଏପର୍ଯ୍ୟନ୍ତ ୨୦୫ଜଣ ରାଜ୍ୟସଭା ସାଂସଦ ଦୁଇଟି ଟିକା ନେଇ ସାରିଥିବାବେଳେ ୧୬ ଜଣ ସାଂସଦ ପ୍ରଥମ ଡୋଜ ନେଇଛନ୍ତି। ସ୍ୱାସ୍ଥ୍ୟଗତ କାରଣରୁ ୬ ଜଣ ସାଂସଦ ଏପର୍ଯ୍ୟନ୍ତ ଗୋଟିଏ ବି ଟିକା ନେଇପାରି ନାହାଁନ୍ତି ।

ସୂଚନାଅନୁସାରେ ସକାଳ ୧୧ଟାରୁ ସନ୍ଧ୍ୟା ୬ ଯାଏ ଏହି ଅଧିବେଶନ ଚାଲିବ ଏବଂ ଲୋକସଭାର ସାଂସଦମାନେ ଲୋକସଭା ଗ୍ୟାଲେରୀ ଏବଂ ରାଜ୍ୟସଭାର ସାଂସଦମାନେ ରାଜ୍ୟସଭାର ଗ୍ୟାଲେରୀରେ ବସିବେ। ଗତ ୭ ତାରିଖରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏବଂ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍‌ଲା ଓ ଉଭୟ ସଦନର ମହାସଚିବଙ୍କ ମଧ୍ୟରେ ବୈଠକ ହୋଇଥିଲା ।

Leave a Reply

Your email address will not be published.