ଭୂବନେଶ୍ଵର: ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଯାହା ପାଇଁ ବିଜେପି ପ୍ରସ୍ତୁତ ହୋଇସାରିଛି, ଏବଂ ନିଜ ପ୍ରିୟ ଅଙ୍କ ମାନଙ୍କୁ ନେଇ ଆରମ୍ଭ କରିଛି ଅଙ୍କ କଷା। ଭୂବନେଶ୍ଵର ଉତର ନିର୍ବାଚନ ମଣ୍ଡଳୀର ପରିସୀମା ମଧ୍ୟରେ ରହିଛି ୫ଟି ପଞ୍ଚାୟତ । ଏହି ୫ଟି ପଞ୍ଚାୟତ ରଘୁନାଥପୁର, କଳାରାହଙ୍ଗ, କଲ୍ୟାଣପୁର, ବରିମୁଣ୍ଡ ଓ ଦାଢା । ଏହି ୫ଟି ପଞ୍ଚାୟତ ସବୁ ସମୟରେ ସବୁ ବର୍ଗର ଲୋକଙ୍କ ପାଇଁ ଗୁରୁତ୍ବବହନ କରିଥାଏ । ଏହି ୫ଟି ପଞ୍ଚାୟତର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ପାଇଁ ବିଜେପି ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଯେହେତୁ ଆଗକୁ ହେବ ପଞ୍ଚାୟତ ନିର୍ବାଚନ । ପ୍ରତି ପଞ୍ଚାୟତରେ ନେତୃତ୍ୱ ନେବା ପାଇଁ ବିଜେପି ପକ୍ଷରୁ ପଞ୍ଚାୟତ ନେତା ବଛାଯାଇଛି । ଏମାନେ ପ୍ରଧାନମନ୍ତ୍ରୀଙ୍କର ଜନହିତକର କାର୍ଯ୍ୟକୁ ଲୋକମାନଙ୍କ ପାଖରେ ପହଁଚାଇବା ସହ ପଞ୍ଚାୟତ ସ୍ତରରେ ବିଜେପି କିଭଳି ସୁଦୃଢ ହୋଇପାରିବ ସେଥିପାଇଁ କାର୍ଯ୍ୟ କରିବେ । ଏଥିପାାଇଁ ଭୂବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀ ପଞ୍ଚାୟତସ୍ତରୀୟ ସାଂସଦ ପ୍ରତିନିଧି ବାଛିଛନ୍ତି । ସେମାନଙ୍କ ମଧ୍ୟରେ ଦାଢା ପଞ୍ଚାୟତ ପାଇଁ ଦିଲିପ ରାଉତ ଓ କ୍ରିଷ୍ଣା ଦାସ । କଲ୍ୟାଣପୁର ପଞ୍ଚାୟତ ପାଇଁ ଭୁବନ ମୋହନ ଦାସ ଓ ଅଜିତ ସାସମଲ । ବରିମୁଣ୍ଡ ପଞ୍ଚାୟତ ପାଇଁ ଶ୍ୟାମ ଚୌଧିରୀ ଓ ଦେବେନ୍ଦ୍ର ପଲେଇ । ରଘୁନାଥପୁର ପଞ୍ଚାୟତ ପାଇଁ ଦୁଷ୍ମନ୍ତ ସାସମଲ ଓ ଚନ୍ଦନ ପାତ୍ର । କଳାରାହଙ୍ଗ ପଞ୍ଚାୟତ ପାଇଁ ଶୁଭକାନ୍ତ ବେହେରା, ଅଲେଖ ମହାଭୋଇ ଓ ଦେବାଶିଷ ପତିକୁ ପଞ୍ଚାୟତ ପ୍ରତିନିଧି ଭାବେ ସାଂସଦ ମନୋନୟନ କରିଥିବାର ସୂଚନା ମିଳିଛି ।