ସୋନୁ ସୁଦଙ୍କ ସପକ୍ଷରେ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ମୁମ୍ବାଇ, (ନାଗରାଜ ନ୍ୟୁଜ): ବଲିଉଡର ଅଭିନେତା ସୋନୁ ସୁଦଙ୍କ ଘର ଓ କାର୍ଯ୍ୟାଳୟ ସହିତ ୬ଟି ସ୍ଥାନରେ ଆୟକର ବିଭାଗ ଲଗାତାର ଚଢାଉ ଜାରୀ ରଖିଛି । ସୂଚନା ଅନୁସାରେ, ଏହି ଚଢାଉରେ ଟ୍ୟାକ୍ସ ହେରଫେର ନେଇ ପ୍ରମାଣ ମିଳିଛି । ସୋନୁ ନିଜର ଆଗାମୀ ଫିଲ୍ମରୁ ମିଳିଥିବା ଫି’ରେ ଟ୍ୟାକ୍ସ ହେରଫେର କରିଥିବାର ଦେଖିବାକୁ ମିଳିଛି । ଏହି ଅନିୟମିତତା ପରେ ଏବେ ଇନକମ୍ ଟ୍ୟାକ୍ସ ବିଭାଗ ସୋନୁ ସୁଦ୍‌ଙ୍କ ଚାରିଟି ଫାଉଣ୍ଡେସନର ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରିବ ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦ କୋଟିରୁ ଅଧିକ ଟଙ୍କା ଟିକସ ଫାଙ୍କିବା ଘଟଣା ଯାହା ଅନୁସନ୍ଧାନରୁ ଜଣାପଡିଛି । ସର୍ଚ୍ଚ ଅପରେସନ ସମୟରେ ୧.୮ କୋଟି ଟଙ୍କା ଜବତ କରାଯାଇଛି। ଏହା ବ୍ୟତୀତ ୧୧ଟି ଲକରର ମଧ୍ୟ ତଦନ୍ତ ଚାଲିଛି ।

ଏପର୍ଯ୍ୟନ୍ତ ସୋନୁ ସୁଦଙ୍କଠାରୁ କୈାଣସି ପ୍ରତିକ୍ରିୟା ମିଳିନାହିଁ । କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟୁଇଟ୍ କରି ସୋନୁ ସୁଦଙ୍କ ସପକ୍ଷରେ ନିଜର ମତ ଦେଇଛନ୍ତି । ସେ ଲେଖିଛନ୍ତି ଯେ ସତ୍ୟ ପଥରେ ସଦା ସର୍ବଦା ଅସୁବିଧା ରହିଥାଏ, କିନ୍ତୁ ସତ୍ୟ ସର୍ବଦା ଜିତେ । ସୋନୁଙ୍କ ସହିତ ଭାରତର ସେହି ଲକ୍ଷ ଲକ୍ଷ ପରିବାର ରହିଛନ୍ତି ଯେଉଁମାନଙ୍କ ବିପଦ ବେଳେ ସୋନୁ ଛିଡା ହୋଇଥିଲେ ।

Leave a Reply

Your email address will not be published.