ଆସନ୍ତା ପହିଲାରୁ ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆରମ୍ଭ, କୋଭିଡ ଟେଷ୍ଟରୁ ୨ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ଆସନ୍ତା ପହିଲାରୁ ଓଡିଶା ବିଧାନସଭାର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହେବ । ଏହା ଆସନ୍ତା ୯ ତାରିଖ ଯାଏ ଚାଲିବ । ୮ଟି କାର୍ଯ୍ୟଦିବସ ଥିବା ବେଳେ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଗୃହକାର୍ଯ୍ୟ ପୂର୍ବାହ୍ନ ସାଢ଼େ ୧୦ରୁ ଆରମ୍ଭ ହୋଇ ସାଢେ ଗୋଟାଏ ଏବଂ ଅପରାହ୍ନରେ ୪ଟାରୁ ୬ଟା ଯାଏ ଚାଲିବ । ଏହା ପୂର୍ବରୁ ୨ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ଜଣ ପଜିଟିଭଙ୍କ ନାମକୁ ସାର୍ବଜନୀନ କରାଯାଇ ନାହିଁ ।

ଗତଥର ଭଳି ଚଳିତ ଥର କରୋନା କଟକଣା ମଧ୍ୟରେ ଗୃହ ଚାଲିବାକୁ ଥିବାରୁ ରବିବାରଠୁ ଆରମ୍ଭ ହୋଇଛି କରୋନା ପରୀକ୍ଷା । ୪୯୩ ଜଣଙ୍କର କରୋନା ଟେଷ୍ଟ ହୋଇଥିଲା। ସେ ମଧ୍ୟରୁ ୨ ଜଣଙ୍କର ରିପୋର୍ଟ କୋଭିଡ ପଜିଟିଭ ଆସିଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ କେବଳ ସେମାନଙ୍କୁ ବିଧାନସଭା ପରିସରକୁ ଆସିବାକୁ ଅନୁମତି ମିଳିବ ।

ବିଧାନସଭା ଅଧିବେଶନକୁ ସୁରୁଖୁରୁରେ ଚଳାଇବାପାଇଁ ବାଚସ୍ପତି ଡ.ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସବୁଦଳର ନେତାମାନଙ୍କ ସହଯୋଗ କାମନା କରିଛନ୍ତି । କରୋନା କଟକଣା ମଧ୍ୟରେ ଗୃହ ଚାଲିବାକୁ ଥିବାରୁ ରବିବାରଠୁ ଆରମ୍ଭ ହୋଇଛି କରୋନା ପରୀକ୍ଷା । ଯେଉଁମାନଙ୍କର ରିପୋର୍ଟ ନେଗେଟିଭ ଆସିବ କେବଳ ସେମାନଙ୍କୁ ବିଧାନସଭା ପରିସରକୁ ଆସିବାକୁ ଅନୁମତି ମିଳିବ ।

ଅଧିବେଶନରେ ତାରକା ପ୍ରଶ୍ନ ରହିବ । ଗୃହରେ ମୁଲତବି ପ୍ରସ୍ତାବ ଆଲୋଚନା ମଧ୍ୟ କରାଯିବ । ଏ ଅଧିବେଶନ କାଳରେ ବିଜେପିକୁ ୪ଟି ଏବଂ କଂଗ୍ରେସକୁ ୨ଟି ମୁଲତବି ପ୍ରସ୍ତାବ ଆଣିବାଲାଗି ସୁଯୋଗ ମିଳିବ । ୯୦ ମିନିଟରେ ମୁଲତବି ଆଲୋଚନା ଶେଷ ହେବ । ଏ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଆସିବାର ସମ୍ଭାବନା ରହିଛି ।

Leave a Reply

Your email address will not be published.