ଭୂବନେଶ୍ବର: ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏହାକୁ ଦୃଷ୍ଟିରେ ରାଜନୈତିକ ଦଳ ମାନେ ପ୍ରସ୍ତୁତ ହୋଇସାରିଲେଣି । ରାଜ୍ୟରେ ଆଉ ଅଳ୍ପ କିଛିଦିନ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବାର ସୂଚନା ମିଳିଛି ।ଆଗାମୀ ୬ ମାସ ମଧ୍ୟରେ ପଞ୍ଚାୟତ ନିର୍ବାଚନ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର ।
ତେବେ ନିର୍ବାଚନ ପାଇଁ ଭୋଟର ତାଲିକା ସଂଶୋଧନ ନେଇ ରାଜ୍ୟ ସରକାର ସମସ୍ତ ତଥ୍ୟ ନିର୍ବାଚନ କମିଶନଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ୨୦୧୭ ମସିହା ଫେବୃଆରୀରେ ରାଜ୍ୟର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।