ଟିଏମସି ସାଂସଦ ଶାନ୍ତନୁ ସେନକୁ ଗୃହରୁ ନିଲମ୍ବିତ କଲେ ଗୃହ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ

ନୂଆଦିଲ୍ଲୀ: କେନ୍ଦ୍ର ମୌସୁମୀ ଅଧିବେଶନରୁ ଟିଏମସି ସାଂସଦ ଶାନ୍ତନୁ ସେନକୁ ଗୃହ ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।ନିଲମ୍ବିତ କରିଛନ୍ତି । ଖବର ଅନୁସାରେ ଗୃହ କାର୍ଯ୍ୟ ଚାଲୁଥିବା ସମୟରେ ସଂସଦରେ ଅଶୋଭନୀୟ ବ୍ୟବହାର ପାଇଁ ଆଜି ତାଙ୍କୁ ଗୃହରୁ ନିଲମ୍ବିତ କରିଯାଇଛି ।

ସୂଚନା ଅନୁସାରେ ଗତକାଲି ଅଧିବେଶନ ଚାଲୁ ରହିଥିବା ସମୟରେ କେନ୍ଦ୍ର ଆଇଟି ମନ୍ତ୍ରୀ ପେଗାସସ୍ ସମ୍ପର୍କରେ ରାଜ୍ୟସଭାରେ ନିଜର ମନ୍ତବ୍ୟ ରଖୁଥିଲେ । ଏହି ସମୟରେ ସାଂସଦ ଶାନ୍ତନୁ ସେନ୍ ଉତ୍‌କ୍ଷୀପ୍ତ ହୋଇ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡାଇ ନେଇ ଚିରି ଦେଇଥିଲେ । ଯାହା ପରେ ଗୃହରେ ହଟଗୋଳ ଦେଖିବାକୁ ମିଳିଥିଲା । ଏଭଳି ଅଶୋଭନୀୟ ବ୍ୟବହାର ଯୋଗୁଁ ଆଜି ସାଂସଦ ଶାନ୍ତନୁ ସେନ୍‌ଙ୍କୁ ମୌସୁବୀ ଅଧିବେଶନର ଅବଷିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି ।

Leave a Reply

Your email address will not be published.