କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ପିଏମଓରୁ କଲ ଆସିବା ପରେ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ।ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବା ପୂର୍ବରୁ ମୋଦି ଙ୍କ ପୁରା ଟିମ୍ ବଦଳିବାକୁ ଯାଉଛି ଏବଂ ଏହା ପୂର୍ବରୁ ଜଣଙ୍କ ପରେ ଜଣେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେଉଛନ୍ତି । ଏହି ମନ୍ତ୍ରୀ ମାନଙ୍କ ଯାଗାରେ କିଛି ନୂଆ ମୁହଁ ସାମିଲ ହେବାଚ୍ଚର୍ଚ୍ଚା ଜୋର ଧରିଛି ।  ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

ଏହାଛଡା ପାଖାପାଖି ୪୩ ଜଣ ଙ୍କୁ ନୂତନ ଭାବରେ ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ସୂଚନା ରହିଛି । ଏଭଳି ସ୍ଥିତିରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ୍ ଓ ବିଶେଶ୍ୱର ଟୁଡୁଙ୍କ ଭଳି ସାଂସଦ ନୂଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ ହେଉଛି । 

Leave a Reply

Your email address will not be published.