ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରତିକ୍ରୀୟା, ତୃତୀୟ ଲହର ନେଇ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଭୂବନେଶ୍ବର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସମ୍ପୂର୍ଣ୍ଣ ରୂପେ ହ୍ରାସ ପାଇନଥିବାବେଳେ ତୃତୀୟ ଲହରକୁ ନେଇ ଭୟ ସୃଷ୍ଟି ହୋଇଛି । ଏହି ସମୟରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ତୃତୀୟ ଲହର ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା କଥା କହିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବା କଥା ଅନୁସାରେ, ରାଜ୍ୟରେ ମଧ୍ୟ ସାମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସବୁ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର ।

ଏହାସହିତ କୋଭିଡ୍ ହସ୍ପିଟାଲ ଗୁଡିକରେ ଛୋଟ ପିଲା ମାନଙ୍କ ପାଇଁ ସ୍ୱତନ୍ତ୍ର ୱାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେଣୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଗତ ୧୭ ତାରିଖରେ ତୃତୀୟ ଲହରର ମୁକାବିଲା ପାଇଁ ସ୍ୱତନ୍ତ୍ର ଏସଓପି ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

ଆହୁରି ମଧ୍ୟ ଜିଲ୍ଲା ଓ ବ୍ଲକ୍ ସ୍ତରରେ ମେଡିକାଲ ଷ୍ଟାଫ ମାନଙ୍କୁ ସ୍ୱତନ୍ତ୍ର ଭାବରେ ଟ୍ରେନିଂ ଦିଆଯାଉଛି । ତୃତୀୟ ଲହରର ସମୟରେ କୌଣସି ଛୋଟ ପିଲା କରୋନା ଦ୍ୱାରା ଆକ୍ରାନ୍ତ ହେଲେ ସେମାନଙ୍କ ସହିତ ତାଙ୍କ ଅବିଭାବକ ମାନଙ୍କର ରହିବାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି । ବିଶେଷଜ୍ଞ ମାନଙ୍କ କହିବା ଅନୂସାରେ ଛୋଟ ପିଲା ମାନଙ୍କ ଉପରେ କରୋନାର ତୃତୀୟ ଲହରର ବେଶି ପ୍ରଭାବ ପଡିବ ତେଣୁ ଛୋଟ ପିଲା ମାନଙ୍କ ବିଶେଷ ଗୁରୁତ୍ୱ ଦିଆଯାଉଛି । ଯାହାକୁ ନେଇ ସବୁ ସ୍ତରରେ ପ୍ରସ୍ତୁତି କରାଯାଉଛି।

Leave a Reply

Your email address will not be published.