ଦିଲ୍ଲୀରେ ବଢିଲା ଶ୍ରମିକଙ୍କ ଭତ୍ତା: ଅରବିନ୍ଦ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିଓ୍ବାଲ ଦିଲ୍ଲୀର ଅକୁଶଳ, ଅର୍ଦ୍ଧ କୁଶଳ ଏବଂ ଅନ୍ୟ ଶ୍ରମିକଙ୍କ ମହଙ୍ଗା ଭତ୍ତା ବଢ଼ାଇବା ନେଇ ଆଦେଶ ଜାରି କରିଛନ୍ତି । ଏହା ଗତ ଏପ୍ରିଲ ୧ ତାରିଖ ଠାରୁ ଲାଗୁ ହେବ । କରୋନା ସଂକଟରେ ପରିବାର ଚଳାଇବା ପାଇଁ ସଂଘର୍ଷ କରୁଥିବା ହଜାର ହଜାର ଶ୍ରମିକ ଓ ଆବଶ୍ୟକ କରୁଥିବା ଲୋକଙ୍କୁ ଦିଲ୍ଲୀ ସରକାର ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ସମସ୍ତ ଅକୁଶଳ, ଅର୍ଦ୍ଧକୁଶଳ ଓ ଅନ୍ୟ ଶ୍ରମିକଙ୍କ ମହଙ୍ଗା ଭତ୍ତା ବଢ଼ାଇବା ନେଇ ଆଦେଶ ଜାରି ହୋଇଛି । ସମସ୍ତଙ୍କୁ ବର୍ଦ୍ଧିତ ଦର ସହିତ ଟଙ୍କା ମିଳିବ । ସେ କହିଛନ୍ତି ଯେ, ଏଥିରୁ କ୍ଲାର୍କ ଓ ସୁପରଭାଇଜର ବର୍ଗର କର୍ମଚାରୀଙ୍କୁ ମଧ୍ୟ ଲାଭ ମିଳିବ । 

ଦିଲ୍ଲୀ ସରକାରଙ୍କ ଘୋଷଣା ପରେ ଅକୁଶଳ ଶ୍ରମିକଙ୍କ ମାସିକ ଦରମା ୧୫ ହଜାର ୪୯୨ ଟଙ୍କାରୁ ବଢ଼ି ୧୫ ହଜାର ୯୦୮ ଟଙ୍କା, ଅର୍ଦ୍ଧ କୁଶଳ ଶ୍ରମିକଙ୍କ ମାସିକ ଦରମା ୧୭ ହଜାର ୬୯ ଟଙ୍କାରୁ ବଢ଼ି ୧୭ ହଜାର ୫୩୭ ଟଙ୍କା ଓ କୁଶଳ ଶ୍ରମିକଙ୍କ ମାସିକ ଦରମା ୧୮ ହଜାର ୭୯୭ରୁ ବଢ଼ି ୧୯ ହଜାର ୨୯୧ ଟଙ୍କା ହେବ । 

Leave a Reply

Your email address will not be published.