ଦୁବାଇ:୨୫।୯ – ଆଇପିଏଲ୍ ୧୩ ସଂସ୍କରଣର ଶୁକ୍ରବାର ଅନୁଷ୍ଠିତ ମୁକା ବିଲାରେ ଚେନଇ ସୁପର କିଙ୍ଗସକୁ ଚିତ କରି ସହସାଧ୍ୟ ଜିତ୍ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲସ୍। ଦିଲ୍ଲୀ କ୍ୟାପିଟାଲସର ଅଧିନାୟକ ଶ୍ରେୟସ ଆୟରଙ୍କ ବାହିନୀର ଲଗାତର ଦ୍ବିତୀୟ ବିଜୟ ହାସଲ କରିଥିବା ବେଳେ ଚେନଇ ସୁପର କିଙ୍ଗସ୍ ଧୋନୀ ବାହିନୀ ଲଗାତର ଦ୍ବିତୀୟ ପରାଜୟ ବରଣ କରିଛି।
ଚେନଇ କ୍ୟାପଟେନ୍ ମହେନ୍ଦ୍ରସିଂ ଧୋନୀ ଟସ ଜିଣି ଦିଲ୍ଲୀକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ। ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରେ ୩ ୱିକେଟ ହରାଇ ୧୭୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳର ପ୍ରାରମ୍ଭିକ ଯୋଡି ପୃଥୀ ସ’ ଓ ଶିଖର ଧାବନ ୯୧ ରନ୍ କରି ଦଳର ସ୍ଥିତି ସୁଦୃଢ କରିଥିଲେ। ଶିଖର ଧାବନ ୨୭ ବଲରେ ୩୫ ରନ୍ କରି ପିୟୁଷ ଚାଉଲାଙ୍କ ବଲରେ ଏଲବି ହୋଇ ଷପରିଥିଲେ। ଦଳ ତରଫରୁ ସର୍ବାଧିକ ୪୩ ବଲ୍ ରେ ୬୪ ରନ୍ କରିଥିବା ପୃଥୀ ସ ପିଉଷ ଚାଉଲାଙ୍କ ବଲରେ ୱିକେଟ କିପର ଧୋନୀଙ୍କ ଦ୍ବାରା ଷ୍ଟମ୍ପିଙ୍ଗ୍ ହୋଇ ଫେରିଥିଲେ। ରିଷଭ ପନ୍ଥ ୨୫ ବଲରେ ୩୫ ରନ୍ କରି ଦଳକୁ ସମ୍ମାନ ଜନକସ୍ଥିତିରେ ପହଁଚାଇ ଅପରାଜିତ ରହିଥିଲେ। ଅଧିନାୟକ ଶ୍ରେୟସ ଆୟର ୨୨ ବଲରେ ୨୬ ରନ କରି ସାମ କରନ ବଲରେ ୱିକେଟ ରକ୍ଷକ ଧୋନୀଙ୍କ ହାତରେ କ୍ୟାଚ ଆଉଟ ହୋଇ ଫେରିଥିଲେ। ମାକର୍ସ ଷ୍ଟୋଇନିସ୍ ୩ ବଲରେ ୫ ରନ କରିଥିଲେ। ୩ ୱିକେଟ ବିନିମୟରେ ଦଳ ୧୭୫ ରନ କରିଥିଲା। ବିଜୟ ଲକ୍ଷର ପିଛା କରିବାକୁ ଆସି ଧୋନୀ ବାହିନୀ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୩୧ ରନ୍ ୪୪ ରନରେ ପରାଜିତ ହୋଇଥିଲା। ଦଳ ତରଫରୁ ଫାପ୍ ଡୁପ୍ଲେସି ସର୍ବାଧିକ ୩୫ ବଲରେ ୪୪ ରନ୍ କରିଥିବା ବେଳେ ଅନ୍ୟ ବ୍ୟାଟସମ୍ୟାନଙ୍କ ପ୍ରଦର୍ଶନ ନୈରାଶ୍ୟ ଜନକ ଥିଲା।
ସ୍କୋର ବୋର୍ଡ
ଦିଲ୍ଲୀ କ୍ୟାପିଟାଲସ
ଖେଳାଳି ଆଉଟ / ବୋଲର ରନ ବଲ ଚୌକା ଛକା
ପୃଥୀ ସ ଷ୍ଟମ୍ପ- ଏମ୍ ଏସ୍ ଧୋନୀ- ବୋ – ପିୟୁଷ ଚାଉଲା ୬୪ ୪୩ ୯ ୧
ଶିକ୍ଷର ଧାବନ ଏଲବି – ପିୟୁଷ ଚାଉଲା ୩୫ ୨୭ ୩ ୧
ଋଷଭ ପନ୍ତ ଅପରାଜିତ ୩୭ ୨୫ ୫ ୦
ଶ୍ର୍ରେୟସ ଆୟର କ – ଏମ୍ ଏସ୍ ଧୋନୀ – ବୋ ସାମ କରନ ୨୬ ୨୨ ୧ ୦ .
ଅତିରିକ୍ତ – ( ନୋ ବଲ – ୫, ୱାଇଡ – ୩ ) ୦ ୮ .
ମୋଟ ( ୨୦ ଓଭର ,୩ ୱିକେଟ ) ୧୭୫ .
ୱିକେଟ ପତନ -୧/ ୯୧, ୨/୧୦୩ , ୩/୧୬୧ .
ବୋଲିଂ – ଦୀପକ ଚହର – ୪ -୦ ୩୦ -୦ , ସାମ କରନ – ୪ – ୦ -୨୭-୧,ଜୋସ ହାଜେଲଉଡ ୪ – ୦ – ୨୮ – ୦
ପୁୟୁଷ ଚାଉଲା – ୪ -୦ ୩୩ – ୨, ରବିନ୍ଦର ଜାଦେଜା – ୪ – ୦ – ୪୪ – ୦ .
ଚେନଇ ସୁପର କିଙ୍ଗସ୍ .
ଖେଳାଳି ଆଉଟ / ବୋଲର ରନ ବଲ ଚୌକା ଛକା
ମୂରଲୀ ବିଜୟ କ – କାଗିସୋ ରାବାଡା – ବୋ – ଅନରିଚ ନୋର୍ଜେ ୧୦ ୧୫ ୧ ୦
ସେନ ୱାଟସନ କ – ସିମରନ ହେଟକାୟର – ବୋ – ଅକ୍ଷର ପଟେଲ ୧୪ ୧୬ ୧ ୧
ଫାପ୍ ଡୁପ୍ଲେସିସ କ – ଋଷବ ପନ୍ତ – ବୋ – କାଗିସୋ ରାବାଡା ୪୩ ୩୫ ୪ ୦
ଋତୁରାଜ ଗାଇକ୍ବାଡ ରନ୍ ଆଉଟ୍ – ଋଷବ ପନ୍ତ ୦୫ ୧୦ ୦ ୦
କେଦାର ଯାଦବ ଏଲବି – ବୋ – ଅନରିଚ ନୋର୍ଜେ ୨୬ ୨୧ ୩ ୦
ଏମ୍,ଏସ୍ ଧୋନୀ କ- ଋଷବ ପନ୍ତ – ବୋ – କାଗିସୋ ରାବାଡା ୧୫ ୧୨ ୨ ୦
ରବିନ୍ଦର ଜାଦେଜା କ – ଅମିତ ମିଶ୍ରା – କାଗିସୋ ରାବାଡା ୧୨ ୯ ୧ ୦
ସାମ କରନ ଅପରାଜିତ ୦୧ ୦୨ ୦ ୦ .
ଅତିରିକ୍ତ ( ଲେଗ୍ ବାଇ – ୧, ୱାଇଡ୍ – ୪ ) ୦୫ .
ୱିକେଟ ପତନ :- ୧/୨୩, ୨/୩୪ ,୩/୪୪, ୪/୯୮ ,୫/୧୧୩, ୬/୧୩୦, ୭/୧୩୧ .
ବୋଲିଂ – କାଗିସୋ ରାବାଡା – ୪ -୦ -୨୬ -୩, ଅକ୍ଷର ପଟେଲ – ୪ -୦ -୧୮-୧, ଅନରିଚ ନୋର୍ଜେ – ୪ -୦ ୨୧ – ୨,
ଅଭେଶ ଖାନ୍ – ୪ -୦ ୪୨ – ୦, ଅମିତ ମିଶ୍ରା – ୪ – ୦ – ୨୩ – ୦ .